Friday, September 25, 2020
Home District News ମୁରିବାହାଲ ବ୍ଳକସ୍ତରୀୟ ବିଶ୍ଵ ଡାଲି ଦିବସ ପାଳିତ

ମୁରିବାହାଲ ବ୍ଳକସ୍ତରୀୟ ବିଶ୍ଵ ଡାଲି ଦିବସ ପାଳିତ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ (୧୧/୦୨): ମୁରିବାହାଲ ବ୍ଲକସ୍ତରୀୟ ବିଶ୍ୱ ଡାଲି ଦିବସ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର(ଆତ୍ମା) କାର୍ଯାଲୟଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆତ୍ମା ଅଧ୍ୟକ୍ଷ ଧନଞ୍ଜୟ ମହାନନ୍ଦ,ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ଏଫଇଓ ସତ୍ୟବ୍ରତ ଦାସ, ଭାରପ୍ରାପ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ଭବାନୀ ଶଙ୍କର ବେହେରା,ଏଏଓ ଅମୃତ ଲୁଗୁନ, ସେଲସ ଏଓ ଇନ୍ଦ୍ରମଣି ମଲ୍ଲିକ, ବଲାଙ୍ଗୀର ବିଏଓ ଗୌନ୍ତିଆ ରଣା, ବ୍ଲକର ସମସ୍ତ ଏଓ, କୃଷି କର୍ମଚାରୀ, କୃଷକ ସାଥୀ, ତଥା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିବା ଅଗ୍ରଣୀ ମହିଳା ଓ ପୁରୁଷ ଚାଷୀ ଯୋଗ ଦେଇଥିଲେ |

ଶ୍ରୀ ରଣା ବିଶ୍ୱ ଡାଲି ଦିବସ ଅବସରରେ ଚାଷୀ ମାନଙ୍କୁ ଅନେକ ପ୍ରକାର ଟିପ୍ସ ଦେବା ସହିତ କିପରି ଅମଳରେ ଲାଭ ପାଇ ସ୍ୱାବଲମ୍ବୀ ହୋଇପାରିବେ ଏବଂ ନିଜେ ଆଉ ଅନ୍ୟ ଚାଷୀଙ୍କୁ ସଚେତନତା କରିପାରିବେ ତଥା ନିଜର ସାର ତିଆରି କରି ନିଜେ ବ୍ୟବହାର କରିବାପାଇଁ ପରାମର୍ଶ ଦେଇଥିଲେ | ସରକାର ଚାଷୀ ମାନଙ୍କୁ ଚାଷ କ୍ଷେତ୍ରରେ ସବସିଡି ଅଛି ସମସ୍ତେ ଚାଷୀ ଏହି ସୁବିଧା ନେଇ ଚାଷ କରିବା ଦରକାର | ପ୍ରାଣୀଚିକତ୍ସା ଅଧିକାରୀ ଚପକା ରୋଗ ନିରାକରଣ ଏହି ରୋଗ ହେଲେ ଗାଈ କ୍ଷୀର ଦେବା କମେଇ ଦେଇଥାଏ ଏବଂ ବଳଦ ମାନେ ଭଲଭାବରେ ଓଜନ ଟାଣିବାରେ ଅସୁବିଧା ହୋଇଥାଏ ଓ ଏହି ପ୍ରକାର ରୋଗକୁ ସରକାର ମୂଳଉତ୍ପାଟନ ଏବଂ ନିରାକରଣ କରିବା ପାଇଁ ସରକାର ବି ପଦକ୍ଷେପ ନେଇଥିବା ସହିତ ବ୍ରୁସେଲା ରୋଗ ପାଇଁ ମଧ୍ୟ ନିରାକରଣ କରିବାପାଇଁ ସରକାର ପଦକ୍ଷେପ ନେଇଥିବା ପ୍ରକାଶ କରିଥିଲେ | ମୁରିବାହାଲରେ ୨୨ପଞ୍ଚାୟତ ଥିବାବେଳେ କୃଷି ଅଫିସ ନାହିଁ ଆତ୍ମା ଅଫିସରେ ସବୁ ପ୍ରକାର ଟ୍ରେନିଂ,ସଭା ସମିତି କରିବା ସହିତ ଗୋଡାଉନ ମଧ୍ୟ କରାଯାଉଛି ସେଥିପାଇଁ ଆତ୍ମା ଅଧକ୍ଷ ସରକାର ଏଥିପ୍ରତି ଦୃଷ୍ଟି ଦେବାପାଇଁ କହିଥିଲେ | ଏହି କାର୍ଯ୍ୟକ୍ରମରେ ଇନ୍ଦ୍ରମଣି ମଲ୍ଲିକ (ଏ ଓ), କୁଞ୍ଜ କିଶୋର ଚନ୍ଦନ (ଏଓ )ଦାଶରଥି ବେହେରା (ଏ ଓ),ସରୋଜିନୀ ନାଏକ (ଏ ଓ)
ବିଶ୍ୱରଞ୍ଜନ ବେହେରା (ଏଟିଏମ) ଅଜୟକୁମାର ରଥ (ଏଟିଏମ) ପ୍ରମୁଖ କର୍ମଚାରୀ ଓ ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଜଣେ ମୃତ

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୨୪/୦୯): ବରୀ ବ୍ଲକ ଅଧିନସ୍ଥ ଆନ୍ୟାସପୁର ଗ୍ରାମ ରେ ପ୍ରେମ ବିବାହ କୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣକର ମୃତୁ ଘଟିଛି...

ବିଜେପି ନେତା ବି. ସୁବାଷ ଚନ୍ଦ୍ରପାତ୍ରଙ୍କ ବିୟୋଗରେ ଶୋକ

ରିପୋର୍ଟ: ବିଭୁତି ଲହରିଆ // ବାଲିଗୁଡା ୨୪/୯): ବାଲିଗୁଡାର ବରିଷ୍ଠ ବିଜେପି ନେତା ବି ସୁବାଷ ଚନ୍ଦ୍ର ପାତ୍ରଙ୍କ ବିୟୋଗରେ କନ୍ଧମାଳ ବିଜେପି ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଶୋକ ସଭା ଅନୁଷ୍ଠିତ...

ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଜୁନାଗଡ ହାଇଟେକ ଥାନା ଉଦଘାଟିତ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି ତା୨୪.୦୯.୨୦୨୦): କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ହାଇଟେକ ଥାନା ଉଦଘାଟିତ ହୋଇଯାଇଛି । ଓଡିଶା ର ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉଦଘାଟନ...

ଧାନ ଫସଲ ରେ ଅଜଣା ରୋଗ, କାମ ଦଉନି କୀଟନାଶକ,ଚିନ୍ତାରେ ଚାଷୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୪ /୯/୨୦): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ଧାନ ଫସଲରେ ମାଡି ଚାଲିଛି...

Recent Comments

%d bloggers like this: