ବାଇକଦୁର୍ଘଟଣା ରେ ଯୁବକର ମୃତ୍ୟୁ 

0
502
ବାଇକଦୁର୍ଘଟଣା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୨/୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ମୁଖ୍ୟ ବଜାର ସଡକରେ ଭାରସାମ୍ୟ ହରାଇ ବାଇକଦୁର୍ଘଟଣା ଯୁବକର ମୃତ୍ୟୁ ଘଟିଛି ।

ମୃତ ଯୁବକ ନା ଅଜୟ ହିକକା ଉକ୍ତ ଯୁବକର ଧାମୁଣି ପଙ୍ଗା ପଞ୍ଚାୟତ ର ଗୁଣ୍ଡରିଗୁଡା ନିକଟ ବାଉଗୁଡା । ଘଟଣା ସ୍ଥଳରେ କଲ୍ୟାଣସିଂହପୁର ପୁଲିସ ପହଞ୍ଚି ମୃତ ଶରିରକୁ ଜବତ କରି ତଦନ୍ତ କରୁଛି । ଖବର ନେବାରୁ ଜଣା ପଡିଛି ଯେ କଲ୍ୟାଣସିଂହପୁରରେ ଶିବରାତ୍ରି ଯାତ୍ରା ଚାଲୁଥିବାରୁ ଅଜୟ ରାତି ରେ ଯାତ୍ରା ଦେଖି ପାହାନ୍ତିଆ ସମୟରେ ନିଜ ଘରକୁ ଫେରୁଥିବା ବେଳେ କଲ୍ୟାଣସିଂହପୁର ମୁଖ୍ୟ ବଜାର ରାସ୍ତାରେ ପଡି ରହିଥିବା ପଥର ଗୁଣ୍ଡ ଉପରେ ବାଇକଟି ଚଡି ଯାଇଥିବାରୁ ଭାରସାମ୍ୟ ହରାଇ ଯିବାରୁ ଘଟଣା ସ୍ଥଳରେ ଯୁବକର ମୃତ ଘଟିଛି । ବାଇକଦୁର୍ଘଟଣା ଟି ବଜାରରେ ଥିବା ମିନା ମେଡିକାଲଷ୍ଟୋର ର ସିସି କେମେରାରେ ଯାଞ୍ଚ କରିବାରୁ ଦୃଘଟଣାର ଦୃଶ୍ୟ ସାମନାକୁ ଆସିଛି । ମର ଶରୀର ପୁଲିସ ଜବତ କରିବା ପରେ ଓଡିଶା ମୋ ପରିବାର ଆମ୍ବୁଲାନ୍ସରେ ମୃତ ଶରିରକୁ ଶବ ବ୍ୟବଛେଦ କେନ୍ଦ୍ରକୁ ନେଇ ଶବ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି । ରାସ୍ତାରେ ପଡି ରହିଥିବା ପଥରଗୁଣ୍ଡ ଯୋଗୁଁ ଜଣକର ଜୀବନ ଚାଲିଯାଇଥିବା ଦେଖିବାକୁ ମିଳିଛି ।