Thursday, March 28, 2024

Top 5 This Week

Related Posts

ନବୋଦୟ ଛାତ୍ରୀ ଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ମାଆ ବାପା !

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୨) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମା ସ୍ଥାନୀୟ ବେତାଗୁଡ଼ା ନିକଟସ୍ଥ ଜେଏନଭି ନବୋଦୟ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତ (୧୪) ଙ୍କ ସୋମବାର ଦିନ ସନ୍ଦେହ ଜନକ ଭାବେ ମୁତ୍ୟୁ ହୋଇଥିଲା ।

ଛାତ୍ରୀ ଜଣକ ଉକ୍ତ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ରହି ପାଠ ପଡୁଥିବା ବେଳେ ମଧ୍ୟରାତ୍ରରେ ବେକରେ ଚାଦର ଦେଇ ଆତ୍ମହତ୍ୟା କରିଥିବା ଶିକ୍ଷାନୁଷ୍ଠାନ କୃତୁପକ୍ଷ କହିଥିବା ବେଳେ ଛାତ୍ରୀଙ୍କ ମାଆ ବାପା ଏହାକୁ ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଛାତ୍ରୀ ଜଣକଙ୍କ ଘର କାଶୀନଗର ବ୍ଲକ ଅଲଡ଼ା ଗ୍ରାମର ଡେଭିଡ ରଇତଙ୍କ ଜ୍ୟାଷ୍ଟ କନ୍ୟା ହୋଇଥିବା ବେଳେ ପାରଳାଖେମୁଣ୍ଡି ସ୍ଥିତ ଜବଲହର ନେହୁରୁ ନବୋଦୟ ସ୍କୁଲର ହଷ୍ଟେଲ ରହି ପାଠ ପଡୁଥିଲେ । ଝିଅଟି ପିଲା ଦିନଠୁ ଶିକ୍ଷା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉତ୍ତମ କାର୍ଯ୍ୟଦକ୍ଷତା କରିଥିବା ନେଇ ଉକ୍ତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ କହିଛନ୍ତି । ହଠାତ୍ ଝିଅର ଏହି ଭଳି ଘଟଣା ଦେଖି ମାଆ ବାପା ଗ୍ରହଣ କରି ପାରୁନାହାନ୍ତି । ଏହି ଘଟଣାକୁ ନେଇ ଝିଅର ମାଆ ବାପା ପାରଳାଖେମୁଣ୍ଡି ଥାନାରେ ଏକ ଅଭିଯୋଗ କରିଛନ୍ତି ।

ସେଥିରେ ଉଲ୍ଲେଖିତ ହୋଇଛି ଯେ, ତାଙ୍କ ଝିଅକୁ ହତ୍ୟା କରାଯାଇଛି । ଝିଅର ବେକରେ କିଛି କ୍ଷତ ତଥା ହାତ ନଖ ଚିହ୍ନ ସହ ପାଟିରେ ରସି ବନ୍ଦା ହୋଇଥିବା ଚିହ୍ନ ରହିଥିବା ନେଇ ଝିଅର ବାପା ଡେଭିଡ ରଇତ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଏହାର ସଠିକ୍ ତଦନ୍ତ କରି ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ଉଚିତ୍ ଦଣ୍ଡ ମିଳିବା ସହ ତାଙ୍କୁ ନ୍ୟାୟ ଦେବା ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲର ସମ୍ପାଦକ ଡ. ପଲ୍ଲବ ଲିମା ମୃତ୍ୟୁ ଛାତ୍ରୀଙ୍କ ଘରେ ପହଞ୍ଚି ଛାତ୍ରୀଙ୍କ ମାଆ ବାପାଙ୍କୁ ସମବେଦନା ଜଣାଇବା ସହ ଉକ୍ତ ଘଟଣାକୁ ନେଇ ଆଲୋଚନା କରିଥିଲେ ।

ଅଲଡ଼ା ଗ୍ରାମର ଗ୍ରାମବାସୀ ଓ ସେମାନଙ୍କ ଆତ୍ମଜନ କହିଛନ୍ତି ଯେ, ଯଦି ସଠିକ୍ ତଦନ୍ତ ନହେଲେ ଆଗାମୀ ଦିନରେ ରାଜରାସ୍ତାରେ ଉଲ୍ଲାଇ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି । ଏବଂ ଉଚିତ ନ୍ୟାୟ ଦେବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ଙ୍କୁ ଅନୁରୋଧ କରିବା ସହ ପ୍ରଶାସନ ଏ ଯାଏଁ ଆଶ୍ୱାସନା ଦେବାକୁ ଆସି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ।

Popular Articles