Friday, October 2, 2020
Home Farmer Issue ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ

ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ

ରିପୋର୍ଟ: କପିଳେନ୍ଦ୍ର ଦେବ ସାମନ୍ତରାୟ //
ଲମତାପୁଟ (୧୦/୦୨): ଶ୍ରୀ ନିତ୍ୟାନନ୍ଦ ଭାଗବତ ସତସଙ୍ଗ ଟୁଙ୍ଗି ପକ୍ଷରୁ ଏକ ଦୁଇ ଦିନିଆ ଅଷ୍ଟପ୍ରହର ନାମ ଯଜ୍ଞ ଲମତାପୁଟ ସଦର ମହକୁମାର ମାଳିସାହିରେ ଅନୁଷ୍ଠିତ ହୋଇଯାଇଛି । ଏହି ନାମ ଯଜ୍ଞରେ ଲମତାପୁଟ,କନା ଗାଁ, କାକଲପଡା, କନ୍ତିଗଡ, ମୁଲିଆପୁଟ, ମାଛକୁଣ୍ଡ, ଏନୁଙ୍ଗୁ, ମୋଜାପୁଟ, ଥୁବା, ଉମ୍ବେଲ୍, ମେଡିପୁଟ, ମୁଖି ଖୁଡୁବି, ଗ୍ରାମର ବହୁ ସଂଖ୍ୟାରେ କୀର୍ତ୍ତନ ମଣ୍ଡଳୀର ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇ ପ୍ରଭୁ ଶ୍ରୀ ନିତ୍ୟାନନ୍ଦଙ୍କ ନାମ ସଙ୍କୀର୍ତ୍ତନ କରିଥିଲେ।

ମାହୋଲ ପୁରା ଆଧ୍ୟାତ୍ମିକ ପରିବେଶ ହୋଇ ଉଠିଥିଲା। ଘଣ୍ଟ ଘଣ୍ଟା, ଶଙ୍ଖ ହରିବୋଲ ହୁଳହୁଳି ଧ୍ବନିରେ ପ୍ରକମ୍ପିତ କରିଥିଲା ପରିବେଶକୁ। ଏଥି ନିମନ୍ତେ ମାଳିସାହିର ସମସ୍ତ ଗ୍ରାମବାସି ଆବଳ ବୃଦ୍ଧ ବନିତା ସହଯୋଗ କରିଥିଲେ। ନାମ ଯଜ୍ଞରେ ପ୍ରାୟ ପାଞ୍ଚ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ଆୟଯୋନ କରାଯାଇଥିଲା। ପ୍ରଥମ ଦିନର ସମସ୍ତ ନିତୀକାନ୍ତି ସମ୍ପନ୍ନ ପରେ ନାମ ଯଜ୍ଞ ସଙ୍କୀର୍ତ୍ତନ କରି ନଗର ପରିକ୍ରମା କରି ଶେଷରେ ଦହି ହାଣ୍ଡି ଭାଙ୍ଗି ଅଷ୍ଟପ୍ରହର ନାମଯଜ୍ଞକୁ ସମାପ୍ତ କରିଥିଲେ। ଏହି ସଙ୍କୀର୍ତ୍ତନ କାର୍ଯ୍ୟକ୍ରମକୁ ଗୁପ୍ତ ଖରା, ପଦଲାମ୍ ଖିଲ, ଜଗବନ୍ଧୁ ଖରା, ଭକ୍ତ ହନ୍ତାଳ, କୃପା ମୁଦୁଲି, ହରି ମୁଦୁଲି, ଧନୁର୍ଜୟ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଟିକଟକରୁ ସମଲିଙ୍ଗୀ ସମ୍ପର୍କ, ନାବାଳିକାକୁ ଅପହରଣ କରି ପଶ୍ଚିମବଙ୍ଗ ଯୁବତୀ ଗିରଫ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି (୦୧/୧୦): ସମଲିଙ୍ଗୀ ସମ୍ପର୍କକକୁ ନେଇ ପଶ୍ଚିମ ବଙ୍ଗର ଜଣେ ଯୁବତୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଗିରଫ ହୋଇଥିବା ଘଟଣା...

ସ୍ବର୍ଗତଃ ରାଧେଶ୍ୟାମ ପୁରୋହିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସାଂସଦ ସୁରେଶ ପୁଝାରୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୦୧/୧୦):ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତା ତଥା ପାଇକମାଲର ବହୁ ପ୍ରତିଷ୍ଠିତ ପୁରୋହିତ...

ବରଗଡ଼ ସାଂସଦଙ୍କ ପଦ୍ମପୁର ଗ୍ରସ୍ତ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୦୧/୧୦): ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଆଜି ପଦ୍ମପୁର ଗ୍ରସ୍ତ ଅବସରରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କରୋନା ମୁକାବିଲା ସଂକ୍ରାନ୍ତୟ...

ପାରମ୍ପରିକ ଦଶହରା ପର୍ବ ପାଳନ ପାଇଁ ଜରୁରୀ ବୈଠକ

ରିପୋର୍ଟ: ରବିଶଙ୍କର ମହାପାତ୍ର // କୋରାପୁଟ(୦୧/୧୦): କୋରାପୁଟ ଜିଲ୍ଲା କୋଟପାଡ଼ ଶ୍ରୀ କନକମଣି ମାଉଲୀ ମାଁ ମନ୍ଦିର ପ୍ରାଙ୍ଗଣରେ ବୁଧବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଦଶହରା ପର୍ବ ପାଳନ ପାଇଁ ଜରୁରୀ...

Recent Comments

%d bloggers like this: