Saturday, August 15, 2020
Home 5 T programme ବ୍ଲକ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ, ବନ୍ଧୁଗାଁ

ବ୍ଲକ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ, ବନ୍ଧୁଗାଁ

ରିପୋର୍ଟ : ମିନା ବେହେରା
ବନ୍ଧୁଗାଁ (୧୧/୨/୨୦): ବନ୍ଧୁଗାଁ ବ୍ଲକରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲା ଉପ ଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ଉପସ୍ଥିତରେ ୧୩ଟି ପଞ୍ଚାୟତ ସ୍ତରରେ V R P କର୍ମୀ ମାନଙ୍କ ଉପସ୍ଥିତରେ ଚଳିତ ଆର୍ଥିକ ବର୍ଷ ଏପ୍ରିଲ ୧୯ ରୁ ସେପ୍ଟେମ୍ବର ମାସ ୧୯ର ଏମଜିଏନଆରଜିଏ ଏବଂ ବାର୍ଦ୍ଧକୀୟ ଭତ୍ତା ଉପରେ ପ୍ରତି ଗ୍ରାମର ଉପଭକ୍ତଙ୍କ ପାଖରୁ ପାଇଥିବା ସରକାରଙ୍କ ସୁବିଧା ସୁଯୋଗ ଗୁଡିକୁ ପଚାରି ପଞ୍ଚାୟତ କାର୍ଯ୍ୟାଳୟର ପି ଇ ଓ ଓ ଜି ଆର ଏସ ମାନଙ୍କ ଠାରୁ ଖାତାକୁ ମୂଲ୍ୟାୟନ କରିଥିଲେ ।

ଏହି ସମସ୍ତ କରିଥିବା ସମୀକ୍ଷାର ଜନ ଶୁଣାଣି ପ୍ରତି ଗ୍ରାମରୁ ଆସିଥିବା ଗ୍ରାମବାସୀ, ୪ଜଣ ସରପଞ୍ଚ, ପି ଇ ଓ, ଜି ଆର ଏସ, ଜେ ଇ ଉପସ୍ଥିତ ରହିଥିଲେ । ବି ଡ଼ି ଓ ମନୋଜ କୁମାର ନାୟକ, ତହସିଲଦାର ଶୋଭାଭୂଷଣ ଶବର, ଏ ଇ ରମାକାନ୍ତ ନାୟକଙ୍କ ଉପସ୍ଥିତିରେ ଭି ଆର ପି ମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା । ଏହି ସମୀକ୍ଷା ଉପସ୍ଥାନରୁ ଓ ଏ ପି ଭତ୍ତା ୨୬ ଜଣଙ୍କ ୧୭୧ ମାସର ୮୫,୫୦୦ ଟଙ୍କା ଆତ୍ମସାତ ହୋଇଛି, ଯେଉଁଠାରେ କିଛି ମୃତ ବୃଦ୍ଧ ବୃଦ୍ଧା, ଓ ଆଧାର ନମ୍ବର ସଂଯୋଗ କରିବା ବାହାନାରେ ଟଙ୍କା ଆତ୍ମସାତ କରିବା । ଏମ ଜି ଏନ ଆର ଜି ଏ ର ତଥ୍ୟକୁ ପଞ୍ଚାୟତର କେସ ରେକର୍ଡ ଗୁଡିକ କୁଟ୍ରାବେଡା , କୁମ୍ଭାରୀପୁଟ, ନିଲାବଡୀ ପଞ୍ଚାୟତର ପି ଇ ଓ, ଜି ଆର ଏସ ମାନେ ସମୀକ୍ଷା କରୁଥିବା ଭି ଆର ପି ମାନଙ୍କୁ ଦେଇ ନ ଥିଲେ । କିଛି ପଞ୍ଚାୟତ ଗୁଡିକରେ ଏମ ଜି ଏନ ଆର ଜି ଏ କାମ ୬ମାସ ମଧ୍ୟରେ କିଛି କରାଯାଇନାହିଁ । ବିଲାମାଲ ଗ୍ରାମର ଜଣେ ଏମ ଜି ଏନ ଆର ଜି ଏ କାମ କରିବାକୁ ଆବେଦନ କରିଥିଲେ କିନ୍ତୁ ପି ଇ ଓ ଙ୍କ ଅବହେଳା ଯୋଗୁଁ ବ୍ୟକ୍ତି ଜଣକ ୨ବର୍ଷ ହେଲା କାମ ପାଇ ନାହାନ୍ତି । ଏହି ସମସ୍ତଙ୍କ ସମୀକ୍ଷା ଶୁଣିବା ପରେ ଉପ ଜିଲ୍ଲାପାଳ ପାଳ ସମସ୍ତ ସମସ୍ୟା ଦୂର କରିବାକୁ ୭ଦିନ ମଧ୍ୟରେ ସମାଧାନ କରିବାକୁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମଗନରେଗା କୋ ଅର୍ଡିନେଟର ଶ୍ରୀ ଗଣେଶ କୁମାର ନାଳକାନ୍ତ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ବଲାଙ୍ଗୀରରେ ୯୨

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪-ବ୍ୟୁରୋ-୧୫/୦୮): ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ...

ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରିଗୁଡା (୧୫/୦୮): ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି l କରୋନା ପରି ମହାମାରୀ...

ଏବିପିଏସ ଛାତ୍ରଛାତ୍ରୀଙ୍କୁ ରୋଟାରୀଆନଙ୍କ ପକ୍ଷରୁ ୪୦ଗୋଟି ଆଇପ୍ୟାଡ଼ ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ସାରା ବିଶ୍ୱ ଜନତା ଓ କରୋନା ମହାମାରୀର ଛକାପଞ୍ଝା ଭିତରେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ଆଗାମୀ ପିଢ଼ି କୁହାଯାଉଥିବା ଶିକ୍ଷାର୍ଥୀ ମାନେ l...

FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ରାୟଗଡ଼ା ସହରର FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ | ଲୁଟର ଶିକାର ହୋଇଥିବା...

Recent Comments

%d bloggers like this: