ଜି.ଉଦୟଗିରି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ୧୦୮ ଆମ୍ବୁଲାନ୍ସ ଲୋକାର୍ପିତ

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି (୧୦.୦୨): ସ୍ଥାନୀୟ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ୧୦୮ ଆମ୍ବୁଲାନ୍ସକୁ ସବୁଜ ପତାକା ଦେଖାଇ ଜି.ଉଦୟଗିରିର ବିଧାୟକ ସାଲୁଗା ପ୍ରଧାନ ଉଦଘାଟନ କରିବା ସହ ନିର୍ମଳ ଯୋଜନାରେ ରୋଗିଙ୍କ ନିମନ୍ତେ ସାତ ଦିନରେ ସାତ ରଙ୍ଗର ବେଡସିଟ୍ ପକାଯିବା କାର୍ଯ୍ୟକ୍ରମକୁ ମଧ୍ୟ ଉଦଘାଟନ କରିଛନ୍ତି |

ପରେ ସେ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଦେଖିବା ସହ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା. ଶକ୍ତିକାନ୍ତ ମଲ୍ଲିକଙ୍କ ସହ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟପାଇଁ ବରିଷ୍ଠ ଦଳୀୟ କର୍ମୀ ଦେବନାଥ ଦଳବେହେରା,ଏଲ୍.ବୁଲିଆନ,ପି.ରାଜାରଓ ପାତ୍ର,ସୁଶିଳ ପାଣିଗ୍ରାହୀ,ସିମାଞ୍ଚଳ ନାୟକ ପ୍ରମୁଖ ବିଧାୟକ ଶ୍ରୀ ପ୍ରଧାନଙ୍କ ସହିତ ଆଲୋଚନା କରିଥିଲେ ।

Leave a Reply

This site uses Akismet to reduce spam. Learn how your comment data is processed.