ରାଇକିଆ ମହୋତ୍ସବ ଉଦଘାଟିତ, ରାଇକିଆ

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ(୧୦/୦୨): ରବିବାର ଦିନ ରାଇକିଆ ମହୋତ୍ସବ ଉଦଘାଟିତ ହୋଇଯାଇଛି | ରାଇକିଆ ମହୋତ୍ସବ ଓ ଭାଇ ଚାରାକୁ ନେଇ ମହୋତ୍ସବ ଉଦଘାଟିତ ହେଲା ପରେ ରାଇକିଆ ଉତ୍ସାହିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ | ଅନ୍ୟ ଅତିଥିଙ୍କ ମଧ୍ୟରେ ମୁନ୍ନା ଖାଁ, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ରାଇକିଆ ବିଡିଓ ଓ ବହୁତ ଲୋକମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଲା ସଂସ୍କୃତି କୁ ନେଇ ଗୀତ ଓ ନାଚ ପରିବେଷଣ କରାଯାଇଥିଲା | ପୋଲିସ ପକ୍ଷରୁ ମଧ୍ଯ ସୁରକ୍ଷା ବ୍ୟବସ୍ଥା ହୋଇଥିଲା ।

Leave a Reply

This site uses Akismet to reduce spam. Learn how your comment data is processed.