ସିଆରପିଏଫ ୫ମ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ //
ରାୟଗଡା(୧୦/୦୨): କେନ୍ଦ୍ରୀୟ ସୁରକ୍ଷା ବଳ ୫ମ ବାଟାଲିୟନ ରାୟଗଡା ତରଫରୁ ଏକ ଜନସମ୍ପର୍କ ଶିବିର ବିଷମକଟକ ବ୍ଲକର ଝିଗିଡ଼ି ପଂଚାୟତର ଉରଲାଯୋଡି ଗ୍ରାମ ଠାରେ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରକୁ ଏସ କେ ଠାକୁର ସେକଣ୍ଡ ଇନ କୋମାଣ୍ଡେଣ୍ଟ ଉଦଘାଟନ କରିଥିଲେ |

ଏହି ସମୟରେ ଇନ୍ସପେକଟର ବ୍ରଜରଙ୍ଗ ସିଂ ୪ର୍ଥ ବାଟାଲିୟନ ସିଆରପିଏଫ ର ଏ /୪ ବିଷମକଟକ ୟୁନିଟ ଉପସ୍ଥିତ ରହିଥିଲେ | ଏହି ଜନସମ୍ପର୍କ ଶିବିରରେ ଉରଲାଯୋଡି, ଯାମଗୁଡା, ଡୋମକୂପା, ଝିଗିଡ଼ି ଓ ରଚାଟିକିରୀ ଗ୍ରାମର ଜନସାଧାରଣ ଯୋଗ ଦେଇଥିଲେ | ଏହି ଗ୍ରାମବାସୀଙ୍କୁ ସିଆରପିଏଫ ତରଫରୁ ଖାଦ୍ୟ ପ୍ରସ୍ତୁତି ସାମଗ୍ରୀ ଯଥା ଡେ଼କଚି କଡ଼ାଇ ପ୍ରଦାନ କରାଯାଇଥିଲା ଓ ୧୨ଜଣ ଯୁବକଙ୍କୁ ସ୍କିଲ ଡେଭଲପମେଣ୍ଟ ଯୋଜନା ମାଧ୍ୟମରେ ୪ସପ୍ତାହର ଡ୍ରାଇଭିଂ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ୍ୟ ଅନୁଷ୍ଠିତ ହୋଇଯାଇଛି | ଝିଗିଡ଼ି ସରପଞ୍ଚ ମୋହିନୀ ଶବର ଉପସ୍ଥିତ ରହିଥିଲେ | ସିଆରପିଏଫ ୪ର୍ଥ ବାଟାଲିୟନ ରାୟଗଡାର ଏ ଏସ ଆଇ ସୁରେଶ ପଣ୍ଡା ପରିଚାଳନା କରିଥିଲେ |

Leave a Reply

This site uses Akismet to reduce spam. Learn how your comment data is processed.