ଦ୍ୱିତୀୟ ବର୍ଷ ହଳଦୀ ପଶାୟତ ପଡା ଠାରେ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ(୧୧/୦୨): ମୁରିବାହାଲ ବ୍ଲକ ହଳଦୀ ଗ୍ରାମ ପଞ୍ଚାୟତ ପଶାୟତ ପଡା ଠାରେ ଦ୍ୱିତୀୟ ବର୍ଷ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ହୋଇଯାଇଛି | ତା ୦୩/୦୨/୨୦୨୦ ତାରିଖରୁ ୦୯/୦୨/୨୦୨୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ଭାଗବତ ଚାଲିଥିଲା |

କର୍ତ୍ତା ଅକ୍ଷୟ ପଶାୟତ, ଧର୍ମପତ୍ନୀ ପଦ୍ମା ପଶାୟତ, ପୂଜକ ଦୁର୍ଯୋଧନ ପାଣିଗ୍ରାହୀ, ପରାୟଣ ବ୍ୟାସ ଶ୍ରୀ ଅଜିତ ଦାସ (ତରଗଡା, କଳାହାଣ୍ଡି), କଥାବ୍ୟାସ ଶ୍ରୀ ମନରଞ୍ଜନ ବାଗ(କଟାପାଲି,ସୋନପୁର) ମାଘ ଶୁକ୍ଳ ପକ୍ଷ ନବମୀ ଠାରୁ ମଘାପୁର୍ଣିମା ପୂର୍ଣ୍ଣାହୁତି, ପ୍ରତ୍ୟକ ସକାଳ ଘ ୭ଘଣ୍ଟାରୁ ସନ୍ଧ୍ୟା ଘ ୫ ପର୍ଯ୍ୟନ୍ତ ପରାୟଣ, ପ୍ରତ୍ୟକ ସନ୍ଧ୍ୟା ଘ ୮ଘଣ୍ଟାରୁ ରାତ୍ର ଘ ୧୨ ଘଣ୍ଟା ପର୍ଯ୍ୟନ୍ତ ପ୍ରବଚନ ଚାଲିଥିଲା | ସଭାପତି ଘନଶ୍ୟାମ ପଶାୟତ, ସମ୍ପାଦକ ଦିଲୀପ ପଶାୟତ, କୋଷାଧକ୍ଷ କନ୍ଦର୍ପ ପଶାୟତ, ଦୈନିକ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ପାରାୟଣ , ପ୍ରବଚନ ଶୁଣୁଥିଲେ | ଏହି କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମଧ୍ୟ ଯୋଗଦେଇ ଶ୍ରବଣ କରୁଥିଲେ |

ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ସୁଦର୍ଶନ ପଶାୟତ, ଉପେନ୍ଦ୍ର ପଧାନ, ଋଷବ ପଶାୟତ , ସୁବାଷ ପଟ୍ଟନାୟକ, ବିନୋଦ ପଶାୟତ, ବେଣୁଧର ପଶାୟତ, କେଶବ ପଶାୟତ, ବସନ୍ତ ପଶାୟତ, ଭଦ୍ରାଧର ମହାକୁର, ବଟୁ ପୋଢ଼, ଅରୁଣ ସେଠ, ଚୂଡ଼ାମଣି ପୂଜାରୀ, ରୁନ୍ତା, ଅଭି, ନରହରି, ପବନ ଶଶୀ, ଶ୍ରୀରାମ ପିଙ୍କୁ, ଦଲଗୋବିନ୍ଦ ପଟ୍ଟନାୟକ, ବିଷ୍ଣୁ ପଶାୟତ, ସନ୍ତୋଷ ଭୋଇ, ହୃଷିକେଶ, ରଜନୀ, ସଵରି ସେଠ, ତଥା ହଳଦୀ ଗ୍ରାମ ପଞ୍ଚାୟତର ଅନେକ ଗ୍ରାମବାସୀ ସହଯୋଗ କରିଥିଲେ |

Leave a Reply

This site uses Akismet to reduce spam. Learn how your comment data is processed.