ବେକରେ ବେଡସିଟ୍ ଲଗାଇ କଲେ ଆତ୍ମହତ୍ୟା, ମୃତ୍ୟୁର କାରଣ ଅସ୍ପଷ୍ଟ

0
125
କାରଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୨୧/୦୨) : ଗଜପତି ଜବାହାର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀରେ ଛାତ୍ରୀ ଆତ୍ମହତ୍ୟା ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବେତାଗୁଡା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀ ଗତକାଲି ମଧ୍ୟରାତ୍ରିରେ ବେକରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଅନ୍ୟପଟେ ସକାଳ ୫ଟା ସମୟରେ ସ୍କୁଲର ଅନ୍ୟ ଛାତ୍ରୀମାନେ ଦେଖିବା ପରେ ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହାପରେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।