ମହାମହିମ ରାଜପାଳଙ୍କ ଦ୍ଵାରା ସାମ୍ବାଦିକ ସୁନୀଲ ବିଶ୍ୱାଳ ସମ୍ବର୍ଦ୍ଧିତ

ରିପୋର୍ଟ: ବିଭୁତି ଲହରିଆ //
ଫୁଲବାଣୀ (୯/୨): କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ଫୁଲବାଣୀ ଗାନ୍ଧି ସ୍ମୃତି ଭବନ ସଭାଗୃହରେ ଜିଲ୍ଲା ସ୍ବେଛାସେବୀ ମହାସଙ୍ଘ ଦ୍ୱାରା ଆୟୋଜିତ ମହାତ୍ମା ଗାନ୍ଧିଙ୍କ ଏକ ଶହ ପଚାଶ ତମ ଜୟନ୍ତୀ ପାଳନ ଅବସରରେ ଯୋଗଦେଇ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଉପଦେଶ ଦେଇଥିଲେ |

ଏଥିରେ ମହାସଂଘ ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ଆବାହକ ଅଶୋକ ପରିଡା, ଅଧ୍ୟାପକ ବିଭୁତି ଭୂଷଣ ଆଚାର୍ଯ୍ୟ,ଚିତ୍ତରଞ୍ଜନ ମିଶ୍ର, ପ୍ରମୁଖ ଯୋଗ ଦେଇ ଗାନ୍ଧିଜୀଙ୍କ ଅବର୍ତମାନରେ ଯୁବଶକ୍ତିର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା | ଏଥିରେ ସର୍ବ ସାଧାରଣ ଖବରକାଗଜର କନ୍ଧମାଳ ଜିଲ୍ଲା ପ୍ରତିନିଧି ସୁନୀଲ ବିଶ୍ୱାଳଙ୍କୁ ଏହି ଅବସରରେ ରାଜ୍ୟପାଳ ମହୋଦୟଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା |ଏହା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ବ୍ୟକ୍ତିକୁ ମଧ୍ୟ ସଂମାନିତ କରାଯାଇଛି |

Leave a Reply

This site uses Akismet to reduce spam. Learn how your comment data is processed.