ତିନି ନଦୀର ସଙ୍ଗମ ସ୍ଥଳକୁ ମୀନାଝୋଲାରୁ ପରିବର୍ତ୍ତନ କରି ଶ୍ରୀମୀନାଝୋଲା କରିବା ଓ ଶୀବରାତ୍ରୀ ସମୟରେ ଯାତ୍ରୀଙ୍କ ମୌଳିକ ସୁବିଧା ପାଇଁ ଜିଲ୍ଳାପାଳଙ୍କୁ ସ୍ମାରକପତ୍ର

ରିପୋର୍ଟ:ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ //
ରାୟଗଡ(୦୯/୦୨): ରାୟଗଡ ଜିଲ୍ଳାର ପାହାଡ଼ ପର୍ବତ ଘେରା ଚନ୍ଦ୍ରପୁର ବ୍ଳକର ବଂଶଧାରା, ଚାଉଳଧୂଆଁ ଓ ଫଳଫଳିଆ ତିନି ନଦୀର ସଙ୍ଗମ ସ୍ଥଳ ପ୍ରସିଦ୍ଧ ଶୈବପୀଠ ମୀନାଝୋଲାର ନାମ ପରିବର୍ତନ କରାଯାଇ ଶ୍ରୀମୀନାଝୋଲା କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଶୁକ୍ରବାର ଦିନ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ମୀନାଝୋଲା ଶୈବପୀଠକୁ ଶିବରାତ୍ର ଉତ୍ସବ ପାଳନ ସମୟରେ ଜିଲ୍ଳା ସମେତ ପଡୋଶୀ ଜିଲ୍ଳା ଓ ଆନ୍ଧ୍ର ପ୍ରଦେଶର ବହୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି ।

ତେବେ ଏହି ପୀଠ ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡି ରହିଛି, ଏପରିକି ଶ୍ରଦ୍ଧାଳୁ ଶିବ ଭକ୍ତଙ୍କ ଲାଗି ପାନୀୟ ଜଳ କି ଆଲୁଅ ବ୍ୟବସ୍ତା ନାହିଁ | ଯଦ୍ୱାର ଏଠାକୁ ଆସିଥିବା ଶ୍ରଦ୍ଧାଳୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତଥାପି ସ୍ଥାନୀୟ ଅଂଚଳବାସୀଙ୍କ ସହଯୋଗରେ ଏହି ଶିବପୀଠର ରକ୍ଷାଣବେକ୍ଷଣ କରାଯାଉଥିବା ବେଳେ ଜିଲ୍ଳା ପ୍ରଶାସନ ଓ ରାଜନୈତିକ ବ୍ୟକ୍ତିଙ୍କ ଆନ୍ତରିକତା ଅଭାବ ହେତୁ ଏହି ପୀଠ ଅବହେଳିତ ହୋଇ ପଡିରହିଛି | ତେଣୁ ଏହାକୁ ଗୁରୁତ୍ୱ ଦେଇ ଏହାର ଉନ୍ନତୀକରଣ ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ମୀନାଝୋଲା ପରିବର୍ତେ ସ୍ଥାନୀୟ ଅଂଚଳବାସୀଙ୍କ ଦାବି ପ୍ରକାରେ ଆଗାମୀ ଦିନରେ ସମସ୍ତ ସରକାରୀ ନଥିପତ୍ରରେ ଏହାକୁ ଶ୍ରୀମୀନାଝୋଲା ନାମରେ ନାମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଉଲ୍ଳେଖ ରହିଛି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ପୂର୍ବତନ ଜିଲ୍ଳାପରିଷଦ ସଭ୍ୟ ରାମଚନ୍ଦ୍ର, ଡାଙ୍ଗସରୋଡା ସରପଂଚ ଧନୁମାଝି କମୁନିକା, ବିଜେପି ବ୍ଳକ ସଭାପତି ମିତୁ ପ୍ରଧାନୀ, ସୁଶାନ୍ତ କୁମାର ନାୟକ, ବି.ଏନ.ଗୁପ୍ତା, ତ୍ରିପତି ପାଢୀ, ଦ୍ରୋଣା ଶବରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସେହିପରି ଆସନ୍ତା ଫେବୃୟାରୀ ୯ତାରିଖ ଦିନ ଏହି ଶିବପୀଠରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇ ନାମ ପରିବର୍ତନ କରାଯିବା ପାଇଁ ସ୍ଥିର କରାଯାଇଛି । ପ୍ରକାଶ ଥାଉ କି,ରାୟଗଡ ଜିଲ୍ଳାର ଏହି ପ୍ରସିଦ୍ଧ ମୀନାଝୋଲା ଶିବପୀଠ ବହୁତ ପୁରାତନ ଶୈବପୀଠର ମାନ୍ୟତା ପାଇଆସିଛି । ଜିଲ୍ଳାର ଫଳଫଳିଆ,ଚାଉଳଧୂଆ ଓ ବଂଶଧାରା ନଦୀର ସଂଙ୍ଗମ ସ୍ଥଳରେ ରହିଛି ଏହି ଶିବପୀଠ ରେ ଆଗାମୀ ୨୧.୦୨.୨୦୨୦ ରେ ମହାଶିବରାତ୍ରି ଜାଗର ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି | ସେଥିପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁ ଶିବ ଭକ୍ତଙ୍କ ପାଇଁ ସ୍ଵଚ୍ଚ ପାନୀୟ ଜଳ ସାଙ୍ଗକୁ ବିଜୁଳି ବ୍ୟବସ୍ତା କରିବା ପାଇଁ ମଧ୍ୟ୍ୟ ଜ଼ିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ | ପ୍ରତିବର୍ଷ ଗୁଡାରି ସହରରେ ବହୁ ବଦାନ୍ୟ ବ୍ୟକ୍ତି ଭକ୍ତଙ୍କ ପାଇଁ ଅନ୍ନଛତ୍ର ପ୍ରସାଦ ସେବନର ବ୍ୟବସ୍ତା କରିଥାନ୍ତି | ଭକ୍ତ ମାନଙ୍କୁ ସେବା କରି ଅନ୍ନ ପ୍ରସାଦ ଦେବାର ସୁଯୋଗ ବର୍ଷରେ ଗୋଟିଏ ଦିନ ମିଳିଥିବାରୁ ଗୁଡାରି ସହରରେ ଥିବା ବଦାନ୍ୟ ବ୍ୟକ୍ତି ନିଜକୁ ଧନ୍ୟ ମଣିଥାନ୍ତି ଓ ଶିବରାତ୍ରିର ଦୁଇ ତିନି ଦିନ ପୂର୍ବରୁ କିଛି ସ୍ବେଛାସେବୀ ମୀନଝୋଲାରେ ପହଂଚି ସଙ୍ଗମ ସ୍ଥଳକୁ ସଫା ସୁତାର କରିଥାନ୍ତି | ଭକ୍ତ ମାନେ କିପରି ଭାବେ ଦର୍ଶନ କରିପାରିବେ ସେଥିପାଇଁ ସମସ୍ତ ଆୟୋଜନରେ ଲାଗିପଡିଥାନ୍ତି |

Comments are closed.