Friday, September 25, 2020
Home headline ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ବହୁ ନେତାଙ୍କ ଯୋଗଦାନ

ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ବହୁ ନେତାଙ୍କ ଯୋଗଦାନ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିସଙ୍କ
ରାୟଗଡା(୦୯/୦୨): ଗୁଣପୁର ନିର୍ବାଚନ ମଣ୍ଡଳୀ ରାମନାଗୁଡା ଠାରେ ବିଜେଡିର ମିଶ୍ରଣ ପର୍ବ ,ସତାଧିକ ବିଜେପି କଂଗ୍ରେସ କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି | ଆଜି ରାୟଗଡା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀର ରାମନାଗୁଡା ବ୍ଲକ ବିଜୁ କଲ୍ୟାଣ ମଣ୍ଡପ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।

ଆୟୋଜିତ ପର୍ବରେ ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୂଜତା ମାଣ୍ଡାଙ୍ଗିଙ୍କ ଶହଶହ କର୍ମୀ ଓଡ଼ିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବଚ୍ଛ ଶାସନକୁ ସମର୍ଥନ ଜଣାଇ ବିଜେଡିରେ ମିଶିଥିବା କହିଛନ୍ତି । ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାଜ୍ୟବିଜୁକଲ୍ୟାଣ ସ୍ବାସ୍ଥ୍ୟ ବିଭାଗର ଉପଦେଷ୍ଟା ସୁଧୀର ଦାସ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଗଗନ ଆଚାର୍ଯ୍ୟ ବିଜେଡିନେତା ନେତା ଗୋଦାବରୀ ରାଉତଙ୍କ ସମେତ ଅନେକ ବରିଷ୍ଠ ନେତ୍ରୁବ୍ରୁନ୍ଦଙ୍କ ଉପସ୍ଥିତିରେ ଯୋଗଦାନ କରିଥିଲେ | ପ୍ରକାଶ ଥାଉକି ସୂଜାତା ମାଣ୍ଡାଙ୍ଗି ପୁର୍ବରୁ ବିଜେଡି ଦଳରେ ଥିଲେ ଓ ଦଳରେ ଅସନ୍ତୋଷ ପ୍ରକାଶ କରି ଗତ ସାଧାରଣ ନିର୍ବାଚନରେ ବିଜେପି ଦଳକୁ ସମର୍ଥନ କରୁଥିଲେ |

ବର୍ତ୍ତମାନ ପୁଣି ଘର ବାହୁଡି ଥିବାରୁ ଆହୁରି ଗୁଣପୁର ବିଜେଡି ଶକ୍ତିଶାଳୀ ହେବ ବୋଲି କହିଛନ୍ତି । ସେହିପରି ଗୁଡାରି,ପଦ୍ମପୁର କଂଗ୍ରେସ ଦଳରୁ ମଧ୍ୟ ବିଜେଡିରେ ଯୋଗଦେଇଥିଲେ । ବିଜେଡି ବ୍ଳକ ସଭାପତି ବିଜୟ ମାଣ୍ଡାଗିଂ, ବିଜେଡି ଗୁଣୁପୁର ନିବାଚନ ମଣ୍ଡଳୀର ଯୁବ ସଭାପତି କମଳ ମୁଟିକା, ଯୁବ ନେତା ଅମିତ ମହାରଣା, ରଞ୍ଜନ ନାୟକ ବେହେରା, ନବୀନ ଚଦ୍ର ନାୟକ ବେହେରା, ଏକ୍ସ ଜିଲ୍ଲା ପରିଷଦ ସଭ୍ୟ ଦାମ କୈବତ୍ତ, ବ୍ଳକ ଅଧ୍ୟକ୍ଷା ରଜନୀ ମାଣ୍ଡାଗିଂ ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ବିଜେଡି କର୍ମୀମାନେ ଯୋଗ ଦେଇଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଜଣେ ମୃତ

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୨୪/୦୯): ବରୀ ବ୍ଲକ ଅଧିନସ୍ଥ ଆନ୍ୟାସପୁର ଗ୍ରାମ ରେ ପ୍ରେମ ବିବାହ କୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣକର ମୃତୁ ଘଟିଛି...

ବିଜେପି ନେତା ବି. ସୁବାଷ ଚନ୍ଦ୍ରପାତ୍ରଙ୍କ ବିୟୋଗରେ ଶୋକ

ରିପୋର୍ଟ: ବିଭୁତି ଲହରିଆ // ବାଲିଗୁଡା ୨୪/୯): ବାଲିଗୁଡାର ବରିଷ୍ଠ ବିଜେପି ନେତା ବି ସୁବାଷ ଚନ୍ଦ୍ର ପାତ୍ରଙ୍କ ବିୟୋଗରେ କନ୍ଧମାଳ ବିଜେପି ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଶୋକ ସଭା ଅନୁଷ୍ଠିତ...

ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଜୁନାଗଡ ହାଇଟେକ ଥାନା ଉଦଘାଟିତ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି ତା୨୪.୦୯.୨୦୨୦): କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ହାଇଟେକ ଥାନା ଉଦଘାଟିତ ହୋଇଯାଇଛି । ଓଡିଶା ର ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉଦଘାଟନ...

ଧାନ ଫସଲ ରେ ଅଜଣା ରୋଗ, କାମ ଦଉନି କୀଟନାଶକ,ଚିନ୍ତାରେ ଚାଷୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୪ /୯/୨୦): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ଧାନ ଫସଲରେ ମାଡି ଚାଲିଛି...

Recent Comments

%d bloggers like this: