କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୧୯-୨୦ ପାଳିତ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (୭/୨/୨୦): ବନ୍ଧୁଗାଁ ବ୍ଲକର ବନ୍ଧୁଗାଁ ପଞ୍ଚାୟତର ତୁରକୁପେଟାରେ ଥିବା ସରକାରୀ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ୨୦୧୯-୨୦ ପାଳିତ ହୋଇଯାଇଛି । ମୁଖ୍ୟବକ୍ତା ଗୋଷ୍ଟି ଶିକ୍ଷା ଅଧିକାରୀ ପ୍ରଫୁଲ କୁମାର ମିଶ୍ର , ସମ୍ମାନିତ ଅତିଥିଭାବେ ଏ ବି ଇ ଓ ମଦନ ମୁଦୁଲି, ଈଶ୍ୱର ଚନ୍ଦ୍ର ମୁଦୁଲି ଓ ସି ଆର ସି ମାନସ ରଞ୍ଜନ ନାୟକ ଉପସ୍ଥିତ ରହିଥିଲେ ।

ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜୁଙ୍ଗୁ ପିଡ଼ିକାଙ୍କ ଉପସ୍ଥିତରେ ଓ ଏହି ସ୍କୁଲର ଭରପ୍ରାପ୍ତ ଶିକ୍ଷୟତ୍ରୀ ଲବିଟି ମଣୀ ନିଜ ସ୍କୁଲର ବାର୍ଷିକ ବିବରଣୀ ପଠନ କରିବା ସହିତ ଉପସ୍ଥିତ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ବାରା ଅତି ସୁନ୍ଦର ସ୍ୱାଗତଂ ସଙ୍ଗୀତ ଗାନ କରିଥିଲେ । ମୁଖ୍ୟ ବକ୍ତା ଉପସ୍ଥିତ ଥିବା ଛାତ୍ରଛାତ୍ରୀ, ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଭବିଷ୍ୟତ ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ | ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଜର କର୍ତ୍ତବ୍ୟ ସମ୍ପାଦନ ସଠିକ ଭାବରେ ପାଳନ କରିବାକୁ ଚେଷ୍ଟା କରିବା ପାଇଁ ଜଣାଇଥିଲେ । କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସ୍କୁଲରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ରହୁଥିବା ବେଳେ ସ୍କୁଲର ସୁରକ୍ଷା ପାଇଁ ବର୍ତ୍ତମାନ ସୁଦ୍ଧା ପାଚେରୀ ଉଚ୍ଚତା କମ ରହିଛି । ଶିକ୍ଷକ ଅଭାବ ୨ଜଣ, ପାଠ ପଢା ପାଇଁ ସ୍କୁଲ ଗୃହ ଅଭାବ, ଡାଇନିଂ ହଲ ଅଭାବ ରହିଛି ବୋଲି କହିଛନ୍ତି । ଏହି ଅଭାବକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପୂରଣ କରିବା ପାଇଁ ସେ ନିବେଦନ କରିଛନ୍ତି ।

Comments are closed.