ପିକଅପ ବାଇକ ମୁହାଁମୁହିଁ ଧକ୍କା ରେ ୨ ମୃତ୍ୟୁ

0
273
ପିକଅପ ବାଇକ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୦/୨) : ରାୟଗଡା ଜିଲ୍ଲା କଲନରା ବ୍ଲକ ଗାଡି ଶେଷ ଖାଲ ପଞ୍ଚାୟତ ରାମ ପୁର ଗ୍ରାମର ବୁଲୁ ବେନିଆଁ (୩୫) ମନୋଜ ବେନିଆଁ (୨୪) ପିକଅପ ବାଇକ ଦୃର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।WhatsApp Image 2023 02 20 at 10.05.15 ପିକଅପ ବାଇକ ମୁହାଁମୁହିଁ ଧକ୍କା ରେ ୨ ମୃତ୍ୟୁ

ସୂଚନା ଅନୁଯାୟୀ ଏହି ଦୁଇ ଭାଇ ରାମପୁର ଠାରୁ ଜେକେ ପୁର ବଜାର କରିବାକୁ ଯାଉଥିବା ବେଳେ ଗେଟିପଡା ବୁଲାଣି ରାସ୍ତାରେ ପିକଅପ ବାଇକ ମୁହାଁମୁହିଁ ଧକ୍କା ରେ ବୁଲୁ ଓ ତାର ଭାଇ ମନୋଜ ମୃତ୍ୟୁ ହୋଇଛି । ରାମପୁର ଠାରୁ ଜେକେ ପୁର କୁ ଯାଉଥିବା ବେଳେ ପିକଅପ ଗାଡି ସହ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଦୁଇ ଜଣ ମୃତ୍ୟୁ ହୋଇଥିବା ଜଣାପଡିଛି । ପିକଅପ ଭେନ ଦୃତ ଗତିରେ ଥିବାରୁ କଣ୍ଟ୍ରୋଲ ହୋଇ ନ ଥିଲା ଯାହା ଫଳରେ ଗାଡିଟି ମୁହାଁମୁହିଁ ହୋଇଥିଲା । ଉକ୍ତ ଦୁର୍ଘଟଣା ଖବର ପାଇ ଚାନ୍ଦିଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଳାଇ ଛନ୍ତି । ଏହି ଘଟଣା ସମ୍ପର୍କରେ ଚାନ୍ଦିଲି ଥାନା ଅଧିକାରୀ ୟୋଶବନ୍ତ ହିଆଲ ଙ୍କୁ ପଚାରିବାରୁ ସେ କହିଛନ୍ତି ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣା ପଡିବ ବୋଲି କହିଛନ୍ତି ।