ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (୭:୨:୨୦): ବନ୍ଧୁଗାଁ ବ୍ଲକର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆଜି ବ୍ଲକ ସ୍ତରୀୟ ରକ୍ତଦାନ ଶିବିର ହୋଇଯାଇଛି | କୋରାପୁଟ ଜିଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ ଡାକ୍ତର ଶ୍ରୀ ରତିକାନ୍ତ ଖଟୁଆଙ୍କ ପରାମର୍ଶ ଦ୍ୱାରା ଆଜି ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ତ୍ୟ କେନ୍ଦ୍ରଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା |

ବନ୍ଧୁଗାଁ ବ୍ଲକ ଗୋଷ୍ଟି ସ୍ବାସ୍ତ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ଶ୍ରୀ ମାନସ କୁମାର ମୋଲୋକଙ୍କ ଆୟୋଜନ ଦ୍ୱାରା ବନ୍ଧୁଗାଁ ବ୍ଲକରୁ ପ୍ରାୟ ବିଦ୍ୟାଳୟର ଛାତ୍ରଗଣ ଓଡ଼ିଶା ଯେ ଆର ଏସ ଓ ସ୍କାଉଟ ଦଳର କିଛି ଛାତ୍ରଙ୍କ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା | ରକ୍ତ ଦାନ କରିବା ପାଇଁ ଆସୁଥିବା ବ୍ୟକ୍ତଙ୍କୁ ପାଣି, ଲେମ୍ଭୁପାଣି, ଓ ଆର ଏସ ,କୋଡ଼ଲ, ମିଠା, ଜୁସ ଦେଇ ଲୋକଙ୍କ ପାଖରେ ରହି ସେଜରେ ଶୋଇବା ପାଇଁ କହିବା ଓ ରକ୍ତ ଦାନ ପରେ ବ୍ୟକ୍ତିଙ୍କୁ ସେଜରେ ୨୦ ମିନିଣ୍ଟ ପର୍ଯ୍ୟନ୍ତ ଶାନ୍ତ ରହିବା ପାଇଁ କହିବା ଓ ଅନେକ ପ୍ରକାର ଭାବରେ ଡାକ୍ତରଙ୍କୁ ସାହାଯ୍ୟ କରିଥିଲେ | ଏହି ଛାତ୍ରମାନେ ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଥିଲେ |

ବୁଲୁ ଗୌଡ଼ ଲାଵ ଟେକ୍ନିସିଆନ, ଭି.ଗଙ୍ଗାଧର ରାଓ ଆସିଷ୍ଟାଣ୍ଡ ,କବିତା ଚାନ୍ଦ ଷ୍ଟାଫ ନର୍ସ,ଭଗବୋଇ ବୁରୁଡ଼ି ଆସିଷ୍ଟାଣ୍ଡ ଏହି ଶିବିରରେ ଅଂଶ ଗ୍ରହଣ କରିଥିଲେ | ଆଜିର ଏହି ରକ୍ତ ଦାନ ସିବିରରେ ବନ୍ଧୁଗାଁ ଡାକ୍ତର ମାନେ ମଧ୍ୟ ରହିଥିଲେ ଓ ଆଜିର ରକ୍ତଦାନ ଶିବିରରେ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାର ଡାକ୍ତର ଶ୍ରୀ ଖଟୁଆ କହିଥିଲେ । ବନ୍ଧୁଗାଁ ଗୋଷ୍ଟିସ୍ୱାସ୍ତ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ମାନସ କୁମାର ମଲ୍ଲିକ ଓ ଫାର୍ମ ସିଷ୍ଟ ଶ୍ରୀ ଜି କୁମାର ସ୍ୱାମୀ ପାଖରେ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comments are closed.