ଅବକାରୀବିଭାଗ ଚଢ଼ାଉ କରି ଦୁଇ ମଦ ବେପାରୀ କୁ ଗିରଫ

0
280
ଅବକାରୀବିଭାଗ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୦/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଅବକାରୀବିଭାଗ ପକ୍ଷରୁ ବ୍ଲକର ବିଭିନ୍ନ ଗାଁ ଗାଁ ବୁଲି ଚଢ଼ାଉ କରଛନ୍ତି ।WhatsApp Image 2023 02 20 at 10.02.09 ଅବକାରୀବିଭାଗ ଚଢ଼ାଉ କରି ଦୁଇ ମଦ ବେପାରୀ କୁ ଗିରଫ

ଚଢାଉ କରିବା ସମୟ ଦୁଇ ଯୁବକଙ୍କୁ ଗିରଫ କରିବା ସହ ଏକ ବାଇକ ଜବତ କରିଥିବା ସୂଚନା ମିଳିଛି । ଜିଲ୍ଲା ଅବକାରୀବିଭାଗ ର ଅଧିକ୍ଷକ (ସୁପରଟେଣ୍ଡ) ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ମୋବାଇଲ ସ୍କ୍ୱାର୍ଡ ଓ କଲ୍ୟାଣସିଂହପୁର ରେ ଥିବା ଅବକାରୀ ବିଭାଗ ମିଳିତରେ ଦୁଇଦିନ ମଧ୍ୟରେ କତାଗୁଡା, ଡମଲିମା, ଶିକରପାଇର ଧାମଲିମା ଓ ମୁତୁକୁଣୀ, ତଳରମ୍ଭା ଗାଁ’ରେ ଚଢ଼ାଉ କରି ୩୦ଲିଟର ସଲପ ତାଡି, ୧୨୫ ଲିଟର ଦେଶୀ ମଦକୁ ଜବତ କରିବା ସହ ୧୪୦୦ ଲିଟର ମହୁଲ ପୋଚ ଜବତ କରି ନଷ୍ଟ କରିବା ସହ ଗୋଟିଏ ବାଇକ ଓ ଦୁଇ ଜଣ ଯୁବକକୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ର ମୋବାଇଲସ୍କ୍ୱାର୍ଡର କିଶୋର ଚନ୍ଦ୍ର ରଥ ସୂଚନା ଦେଇଛନ୍ତି । ୪ଟି ଅବକାରୀ ମକଦ୍ଦମାରେ ଦୁଇ ଜଣ ମଦ ବେପାରୀ କୁ ଗିରଫ କରିବା ସହ ଗୋଟିଏ ବାଇକ ଜବତ କରାଯାଇଛି । ଏହି ଚଢ଼ାଉ ସମୟରେ ସଂଗ୍ରାମ ପ୍ରଧାନ, କରୁଣା କର ପାତ୍ର, ରାମଜାନ ଖାନ, ପି. କିଶୋର, ମହିଳା ସିପାହୀ ରିନା ବାରିକ, ଗାଡି ଚାଳକ ନବିନ ମାଛ ପ୍ରମୁଖ ଉପସ୍ଥିତ ରହିଥିଲେ ।