ବିଲରୁ ବାହାରୁଛି ଡିଜେଲ, ବିଶ୍ୱାସ ନ ହେଲେ ବି ସତ

ରିପୋର୍ଟ: ଜଗଦୀଶ ଦାସ //
ବାଲିଗୁଡା(୦୮/୦୨): ବିଲ ନିକଟ ପଥର ସନ୍ଧିରୁ ବାହାରୁଛି ଡିଜେଲ | ମନକୁ ବିଶ୍ୱାସ ଲାଗୁନଥିଲେ ମଧ୍ୟ ଏହା ସତ | ଡିଜେଲ ବାହାର କରି ଲୋକେ ଘରକୁ ନେଉଛନ୍ତି |

ଏଭଳି ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଠାରେ | ଦାରିଙ୍ଗବାଡ଼ିର ଲଦପଙ୍ଗାର ବିଲମାଳ ନିକଟ ଏକ ପଥର ସନ୍ଧିରୁ ଅବିରତ ଡିଜେଲ ବାହାରୁ ଥିବା ଦେଖିବାକୁ ମିଳିଛି | ଏ ଘଟଣା ବିଜୁଳି ବେଗରେ ପ୍ରଚାରିତ ହେବା ପରେ ଅଂଚଳର ଶତାଧିକ ଲୋକଙ୍କ ସମେତ ପର୍ଯ୍ୟଟକ ସେ ସ୍ଥାନରେ ଭିଡ଼ ଲଗାଇଛନ୍ତି | ପ୍ରଥମେ ଅଂଚଳର ଦୁବାସା ନାମକ ଜଣେ ବ୍ୟକ୍ତି ଡିଜେଲ ବାହାରୁଥିବା ଦେଖିବାକୁ ପାଇଥିଲେ | ଏବେ ଲୋକେ ସେ ସ୍ଥାନରୁ ବାଲ୍ଟି, ମଗରେ ଡିଜେଲ ବାହାର କରି ନେବାରେ ଲାଗିଛନ୍ତି | ଅନ୍ୟପଟେ ଏ ନେଇ ପ୍ରଶାସନ ପହଂଚି ପାରିନାହିଁ ବୋଲି ସୂଚନା ମିଳିଛି |

Comments are closed.