ମଞ୍ଚେଶ୍ୱର ପୋଲିସ ଜବତ କଲା ୭୦ କେଜି ଓ ୪ ଟି ମୋବାଇଲ ଫୋନ

0
98
ମଞ୍ଚେଶ୍ୱର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୧୯/୦୨) : ଆଜି ସକାଳ ମଞ୍ଚେଶ୍ୱର ଥାନା ପୋଲିସ ପ୍ରାୟ ୭୦ କେଜି ଗଞ୍ଜେଇ ଓ ୪ ଟି ମୋବାଇଲ ଫୋନ ଓ ଗୋଟିଏ ଫୋରଡ ଗାଡ଼ି ଜବତ କରିଛି ।

ଗାଡ଼ିଟି ଫୁଲବାଣୀରୁ ପାଣି କୋଇଲି ଅଭିମୁଖେ ଯାଉଥିବା ସମୟରେ ପୋଲିସ ହାତରେ ଧରାପଡ଼ିଛି । ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ମଞ୍ଚେଶ୍ୱର ପୋଲିସ ଗିରଫ କରିଛି । ଏଥିରେ ୧ ମହିଳା ଓ ୨ଜଣ ପୁରୁଷ ବନ୍ଧା ହୋଇଛନ୍ତି । ମହିଳା ଜଣକଙ୍କ ନାମ ସୁମିତ୍ରା ମହାନ୍ତି ହୋଇଥିବା ବେଳେ ସେ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି । ଏହି ମହିଳାଙ୍କୁ କୁନୁ ପ୍ରଧାନ ନାମକ ଫୁଲବାଣୀ କିରିଡି ଅଞ୍ଚଳର ଯୁବକ ସୁମିତ୍ରାଙ୍କୁ ଗଞ୍ଜେଇ ଯୋଗାଇଦେଉଥିଲେ । ଏହି ୭୦ କେଜି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ଲକ୍ଷ୍ୟ ୨୫ ହଜାର ଟଙ୍କା । ଅଭିଯୁକ୍ତ କୁନୁ ପ୍ରଧାନ ନା ରେ ଆଗରୁ ମଧ୍ୟ ବହୁ କେସ ରହିଥିବା ସୂଚନା ମିଳିଛି ।