ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଉଦଘାଟିତ

ରିପୋର୍ଟ: ନୟମି ଖରା //
ପଡିଆ, ୦୨/୦୨: ମାଲକାନଗିରି ଜିଲ୍ଲା ସୀମାନ୍ତ ପଡିଆ ବ୍ଲକରେ ମାଲ୍ୟବନ୍ତ ମହୋତ୍ସବ ୨୦୧୯ ଉଦଘାଟିତ ହୋଇଯାଇଛି। ସକାଳେ ବ୍ଲକ ପ୍ରଶାସନ, ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ସୀମାନ୍ତରେ ଥିବା କମାରଗୁଡା ଗ୍ରାମର ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରି ନିକଟସ୍ଥ ଶାବେରୀ ନଦୀରୁ ଶହ ଶହ ମହିଳା କଳସରେ ପାଣି ଆଣି ପୁରୁଣା ବ୍ଲକ ସ୍ଥିତ ଖେଳ ପଡିଆରେ ପହଞ୍ଚିଥିଲେ ।

ସେଠାରେ ପାରମ୍ପାରିକ ନୀତିରେ ପବିତ୍ର ଜଳ ନେଇ ପୂଜା କରାଯିବା ସହ ପ୍ରଭୁ ଜଗନ୍ନାଥଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରି ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ପଡିଆ ବ୍ଲକ ଅଧ୍ୟକ୍ଷ ଦେବା ମାଡକାମି, ପଡିଆ ବିଡିଓ ରଘୁନାଥ ମୁଣ୍ଡାରୀ, ବିଧାୟକ ପ୍ରତିନିଧି କୋଟାମ ବାଲାୟା, ଆଂଚଳିକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର, ପଡିଆ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା, ଏମ୍ ଡି ଫାରୁକ, ମାଝୀ ସତ୍ୟନାରାୟଣ, ନାକା ନୁକାଲ ରାଜୁ, ଚିନାମ ରାବିଡ଼ ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟା ଓ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ପରମ୍ପରା, ସାହିତ୍ୟ ଓ ସଂସ୍କୃତି କୁ ବିଭିନ୍ନ ମତ ଦିଆଯାଇଥିବା ବେଳେ ମାଲ୍ୟବନ୍ତ ମହୋତ୍ସବ ମାଧ୍ୟମରେ ଏହାକୁ ଜୀବିତ ରଖିବା ସହ ଲୋକ ଙ୍କ ମଧ୍ୟରେ ଉତ୍ସାହ ସ୍ରୁଷ୍ଟି କରାଯାଉଥିବା କୁହାଯାଇଛି।

ନିକଟସ୍ଥ ଖେଳ ପଡିଆରେ ସ୍କୁଲ, କଲେଜ ଓ ସ୍ଥାନୀୟ ଯୁବକଙ୍କ ଙ୍କୁ ନେଇ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହାପରେ ସନ୍ଧ୍ୟାରେ ମାଲ୍ୟବନ୍ତ ପଡିଆରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ବିଭିନ୍ନ କ୍ରୀଡ଼ାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ପୁରସ୍କୃତ କରାଯାଇଥିଲା।

Comments are closed.