କମିରା ଗାଁରେ ଯୁବକଙ୍କୁ ହତ୍ୟା

0
99
କମିରା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁବର୍ଣ୍ଣପୁର, (୧୯/୦୨) : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା କମିରା ଗାଁ’ରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି ।

ସରକାରୀ ଜମିରେ ପୋଖରୀ ଖୋଳାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ହୋଇଥିଲା । ଠେଙ୍ଗା ମାଡ ସହ କାଠ ଗଣ୍ଡିରେ ଛେଚି ଜଣଙ୍କୁ ହତ୍ୟା କରିଛନ୍ତି ଅଭିଯୁକ୍ତ ମାନେ । ମୃତକ ହେଲେ କମିରା ଗାଁର ପ୍ରକାଶ ବିଶ୍ୱାଳ । ଜମିବାଡିକୁ ନେଇ ଗାଁ’ର ଶିବ ପଧାନ ଓ ଦୁଃଶାସନ ପଧାନଙ୍କ ସହ ପ୍ରକାଶଙ୍କ ବଚସା ହୋଇଥିଲା । ବିଲରେ ମାଟି ଖୋଳାକୁ ନେଇ ଉତ୍ତେଜନା ହୋଇଥିବାବେଳେ ପ୍ରକାଶକୁ ଶାବଳରେ ଚାପି କାଠ ଗଣ୍ଡିରେ ଛେଚି ଦେଇଥିବା ଜଣା ପଡିଛି । ଫଳରେ ଘଟଣା ସ୍ଥଳରେ ପ୍ରକାଶଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ବିରମହାରାଜପୁର ଏସଡିପିଓଙ୍କ ନେତୃତ୍ୱରେ ସୁବଳୟା ପୋଲିସ ପହଞ୍ଚି ତଦନ୍ତ କରୁଥିବାବେଳେ ଶିବ ଓ ଦୁଃଶାସନକୁ ପୋଲିସ ଅଟକ ରଖିଛି ।