ଶିଶୁ ଓ ମହିଳା ଅବିବୃଦ୍ଧି ତିନିଦିନ କର୍ମଶାଳା ଅନୁଷ୍ଠିତ

0
165
ଶିଶୁ ଓ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୨) : ଶିଶୁ ଓ ମହିଳା ଙ୍କ ବିକାଶ ନିମନ୍ତେ ଭୁବେନେଶ୍ୱର ଠାରେ ଗତ ତିନିଦିନ ବ୍ୟାପୀ ନିର୍ବାଚିତ ପ୍ରତିନିଧି ମାନଙ୍କ ତିନିଦିନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

କାଶୀନଗର ବ୍ଲକର ତରଫରୁ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମା, ବୁଦୁରା ସରପଞ୍ଚ ଶ୍ରୀ ସଞ୍ଜୟ ମିଶ୍ର, ଖାରଡ଼ା ସରପଞ୍ଚ ଶ୍ରୀ ଅଖିଳ କୁମାର ପାତ୍ର କାଶୀନଗର ବ୍ଲକ ତାରଫରୁ ଭୁବନେଶ୍ୱର ରେ ଅନୁଷ୍ଠିତ ଏହି ତିନିଦିନ କର୍ମଶାଳାରେ ପ୍ରତିନିଧିତ୍ୱ କରିଥିଲେ । ଏହି କର୍ମଶାଳା ରେ ଶିଶୁ ଓ ମହିଳା ଙ୍କ ବିକାଶ ନିମନ୍ତେ ବ୍ଲକ ସ୍ତର ରେ ଓ ଗ୍ରାମ ପଞ୍ଚାୟତ ସ୍ତର ରେ କନ୍ୟା ସନ୍ତାନ ଜନ୍ମ ହେବା ପର ଠାରୁ ସେମାନଙ୍କ ଶାରୀରିକ ଅବିବୃଦ୍ଧି ଓ ସେମାନଙ୍କ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ଜନ ସଚେତନ ସୃଷ୍ଟି କରିବା ଲକ୍ଷରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିବା ଶ୍ରୀ ଜି. ତିରୁପତି ରାଓ ସୂଚନା ଦେଇଛନ୍ତି ।