ଭିନ୍ନକ୍ଷମଙ୍କୁ କୁତ୍ରିମ ଉପକରଣ ବଣ୍ଟନ, ବୈପାରୀଗୁଡା

ରିପୋର୍ଟ: ଏନ ସନ୍ତୋଷ କୁମାର //
ବୈପାରୀଗୁଡା (୦୭/୦୨): ବୈପାରୀଗୁଡା ବ୍ଲକ କାର୍ଯାଳୟ ପରିସରରେ ଭିନ୍ନକ୍ଷମଙ୍କୁ କୁତ୍ରିମ ଉପକରଣ ବଣ୍ଟନ ଶିବିର ଉଦଘାଟନ ହୋଇଯାଇଛି |

ବୈପାରୀଗୁଡା ସ୍ପ୍ରେଡ଼ ଓ କାକିନାଡ଼ାର ୟୁଇଟିଏସ ପକ୍ଷରୁ ଆୟାଜିତ ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ଅଧକ୍ଷl ସରୋଜିନୀ କାଣ୍ଡିକି ଉଦଘାଟନ କରିଥିବା ବେଳେ ବିଡ଼ିଓ, ସମସ୍ତ ସରପଞ୍ଚ ଓ ସମିତି, ଉପସ୍ଥିତ ଥିଲେ | ଏହି ଶିବିରର ପ୍ରଥମ ପର୍ଯ୍ୟାୟରେ ବୈପାରୀଗୁଡା ବ୍ଲକର ୧୨ଟି ପଞ୍ଚାୟତର ୩୩ ଜଣଙ୍କୁ କୁତ୍ରିମ ଗୋଡ଼, ଟ୍ରାଇ ସାଇକଲ, ଆଶାବାଡ଼ି ଆଦି ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଥିବା ବେଳେ ୭ଜଣ ଶାରୀରିକ ବିକଳାଙ୍ଗଙ୍କୁ କୋରାପୁଟର ଏକତା ପକ୍ଷରୁ ଥେରାପି ଚିକିତ୍ସା କରାଯିବ ବୋଲି ସ୍ପ୍ରେଡ଼ର ପ୍ରକଳ୍ପ ସଂଯୋଜକ ଜ୍ୟୋତି ରଞ୍ଜନ ବେହେରା ପ୍ରକାଶ କରିଛନ୍ତି | ଆସନ୍ତା କାଲି ରାମଗିରିରେ ଏହି ଶିବିର ଆୟୋଜନ ହେବ ବୋଲି ଜଣାପଡିଛି | ଏହି ଶିବିରରେ ମେଡିକାଲ ଟିମ ପକ୍ଷରୁ ଡାକ୍ତର ଅଙ୍କିତା ଦାସ, ଥେରାପି ସ୍ପେପେଲିଷ୍ଟ ବିଭୁ ଦତ୍ତ ବଳିଆର ସିଂ ଏବଂ ସ୍ପ୍ରେଡ଼ ପକ୍ଷରୁ ନବୀନ ଚନ୍ଦ୍ର ବିଶାଇ, ତ୍ରିନାଥ ଖରା, ସୁରେନ୍ଦ୍ର ସନ୍ତା, ସୋନୁ ତେନ୍ତୁଳିପଡିଆ ସହଯୋଗ କରିଥିଲେ |

Comments are closed.