ମର୍ମନ୍ତୁଦ ସଡ଼କଦୁର୍ଘଟଣା, ଚାଲିଗଲା ୩ ଜଣଙ୍କ ଜୀବନ

0
104
ମର୍ମନ୍ତୁଦ ସଡ଼କଦୁର୍ଘଟଣା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୧୯/୦୨) : ଅନୁଗୁଳ ରେ ମର୍ମନ୍ତୁଦ ସଡ଼କଦୁର୍ଘଟଣା । ଅଟୋକୁ ପିଟିଲା ହାଇୱା । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗତ କାଲି ବିଳମ୍ବତ ରାତି ରେ ବନ୍ତଳା ଥାନା ଅନ୍ତର୍ଗତ ଖାଲଗାରେ ଦୁର୍ଘଟଣା ଘଟିଛି ।

ମର୍ମନ୍ତୁଦ ସଡ଼କଦୁର୍ଘଟଣା ରେ ଚାଲିଗଲା ୩ ଜଣଙ୍କ ଜୀବନ । ହାଇୱା ଧକ୍କା ରେ ୩ ଜଣ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିନି । ମୃତକ ମାନେ ହେଲେ ପିତାମ୍ବର ପ୍ରଧାନ, ଗୁଣିଚା ପ୍ରଧାନ ଓ ମୁନା ପ୍ରଧାନ । ଦୁର୍ଘଟଣା ଘଟାଇବା ପରେ ହାଇୱା ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି । ନିଜ ଝିଅକୁ ନିକଟସ୍ଥ ଗାଁ ନୂଆ ରାଇଗୁଡାକୁ ଏକ ଅଟୋ ଯୋଗେ ଛାଡି ଫେରୁଥିବା ବେଳେ ଖାଲଗା ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି । ଅଧିକ ତଦନ୍ତ ଜାରି ରଖିଛି ।