Thursday, March 28, 2024

Top 5 This Week

Related Posts

ଦେବଗିରି ରେ ମହାଶିବରାତ୍ରି ଜାଗର ଯାତ୍ରା ପାଳନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୮/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା ପ୍ରସିଦ୍ଧ ଐତିହାସିକ ଦେବଗିରି ରେ ମହାଶିବରାତ୍ରି ଜାଗର ଯାତ୍ରା ଆରମ୍ଭ ହୋଇଯାଇଛି ।

ଦେବଗିରି ରେ ମହାଶିବରାତ୍ରି ଜାଗର ଯାତ୍ରା ପାଳନ । ଏହି ଯାତ୍ରା ୭ଦିନ ଧରି ବଡ଼ ଆଡମ୍ବରରେ ପାଳନ କରାଯିବ । ଗତ ଦୁଇ ବର୍ଷ କରୋନା ମହାମାରି ପାଇଁ ଯାତ୍ରା ବନ୍ଦ ରହିଥିଲା । ଚଳିତ ବର୍ଷ ବହୁ ଦୁମଦାମ ରେ ପାଳନ କରାଯାଉଛି । ଏହି ଦେବଗିରୀ ଜାଗର ଯାତ୍ରା ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଓ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖି ଆଗରେ ପ୍ରଶାସନ ଓ ଦେବଗିରି ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟ କରାଯାଉଛି । ଦେବଗିରି ପାହାଡ଼ ତଳ ଭାଗ ଠାରୁ ଆରମ୍ଭ କରି ଉପରି ଭାଗ ପର୍ଯ୍ୟନ୍ତ ରଙ୍ଗମରା, ଆଲୋକ, ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ବେଳେ ପାହାଡ଼ ତଳ ଭାଗରେ ବିଭିନ୍ନ ପ୍ରକାର ଦୋକାନ ବଜାର, ମିନା ବଜାର ବ୍ୟବସ୍ଥା କରାଯାଇଛି ।

ସାତଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିବ । ନୟାଗଡ଼ ଜିଲ୍ଲା ଶରଣକୁଳ ର ଲଡୁବାବା ନାଟ୍ୟକଳା ପରିଷଦ ର ପୌରାଣିକ ନାଟକ ପରିବେଷଣ କରାଯିବ ବୋଲି କମିଟି ତରଫରୁ ଜଣାପଡିଛି । ଆଲୋକ ସଜା, ଗାଡି ପାର୍କିଂ , ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟପକ ଏକ ପ୍ଲାଟୁନ ପୁଲିସ, ୬ ଅଧିକାରୀ, ଗୋଟିଏ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ, ଜଣେ ଡ଼ିଏସପି ଓ ସ୍ଥାନୀୟ ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଡି କୃଷ୍ନା ରାଓ ସମେତ ଯବାନଙ୍କୁ ନିୟୋଜିତ କରାଯାଇଛି । ସେହି ପରି କଲ୍ୟାଣସିଂହପୁର ବ୍ଳକରେ ରାମଲିଙ୍ଗେଶ୍ୱର ନାରାୟଣ ପୁର, କୋରାପା ପଞ୍ଚାୟତ ର ସୁଲିପଦର, ସୁନାଖଣ୍ଡି ପଞ୍ଚାୟତ ର ସତୀ ତୁଟା ରେ ତିନି ଦିନ ଧରି ଯାତ୍ରା ପାଳନ କରାଯିବା ବୋଲି ଜଣାପଡିଛି ।

କମିଟି ପକ୍ଷରୁ ଭକ୍ତଙ୍କ ଠାରୁ ସ୍ୱଟିକ ଶିବଲିଙ୍ଗ ଦର୍ଶନ ନିମନ୍ତେ ୧୦ ଟଙ୍କା ଲେଖାଏଁ ଅର୍ଥ ଆଦାୟ ନେଇ ଭକ୍ତ ଙ୍କ ପାଇଁ ଥଣ୍ଡା ପାନୀୟ ଜଳ, ଅର୍ଣ୍ଣ ପ୍ରସାଦ, ଚଲ୍ଲା ପାଣି ଯୋଗାଇବା ବ୍ୟବସ୍ଥା କରାଯାଇଛି । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଯାତ୍ରା ବନ୍ଦ ହୋଇଥିଲା ଚଳିତ ବର୍ଷ ବହୁ ସଂଖ୍ୟକ ଭକ୍ତ ଙ୍କ ସମାଗମ ହେବ ବୋଲି ପ୍ରଶାସନ ଓ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି ।

Popular Articles