ବି. ଡି. ଓ. ଅଂଶୁମାନ ମହାପାତ୍ରଙ୍କ ଅପରାଜିତା ଅଭିଯାନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ରବିଶଙ୍କର ମହାପାତ୍ର
କୋରାପୁଟ(୦୭/୦୨): କୋରାପୁଟ ଜିଲ୍ଲା କୋଟପାଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଂଶୁମାନ ମହାପାତ୍ର କୌଣସି ସୂତ୍ରରୁ ଏକ ନାବାଳିକାର ବାଲ୍ୟ ବିବାହ କରାଯାଉଥିବା ଖବର ପାଇ ବଣିଆ ଗ୍ରାମରେ ଥିବା ନାବାଳିକା ଘରକୁ ଯାଇ ଗତ ତା. ୬/୨/୨୦୨୦ ରିଖ ଗୁରୁବାର ଦିନ ପହଞ୍ଚି ବୁଝାସୁଝା କରିଥିଲେ ।

ତାଙ୍କ ସହ କୋଟପାଡ଼ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କୁମାରୀ ଆହାନା ବୈଦ, ଭାରପ୍ରାପ୍ତ ଶିଶୁ ସୁରକ୍ଷା ଅଧିକାରୀ, ପ୍ରମୁଖ ଝିଅର ବାହାଘର ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ଏକ ଦଣ୍ଡନୀୟ ଅପରାଧ ବୋଲି ବୁଝାଇଥିଲେ । ସୂଚନା ମୁତାବକ ନାବାଳିକାର ନାମ ମମତା ହରିଜନ ତଥା ସେ ଅଷ୍ଟମ ଶ୍ରେଣୀ ଛାତ୍ରୀ, ତାଙ୍କ ବୟସ ମାତ୍ର ୧୫ ବର୍ଷ । ପୁଅର ନାମ ହନେଶ୍ବ କୂର୍ମୀ ଓ ତାଙ୍କ ବାପାଙ୍କ ନାମ ପ୍ରଫୁଲ୍ଲ କୂର୍ମୀ । ନାବାଳିକାଙ୍କ ବାପା ଦ୍ବିତୀୟ ବିବାହ କରି ଅନ୍ୟତ୍ର ରହନ୍ତି । ତେଣୁ ଝିଅର ମାଆ ଆଧୁନିକ ସମାଜ ବ୍ୟବସ୍ଥାରେ ଝିଅମାନଙ୍କ ଚାରିତ୍ରିକ ଅଧଃପତନର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଉଥିବାରୁ ଝିଅର ବାଲ୍ୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଥିଲେ ।

Comments are closed.