ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି, ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା (୦୭/୦୨): ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ମହାନଦୀ ଜଳ ବିବାଦର ସମାଧାନ ତଥା ପୋଲାଭରମ ପ୍ରକଳ୍ପକୁ ବନ୍ଦ କରିବା ଦାବିରେ ଓଡ଼ିଶାର ୩୧୪ ଟି ବ୍ଲକ କୁ ପଦଯାତ୍ରାରେ ବାହାରିଛନ୍ତି ଜଗତସିଂପୁର ଜିଲ୍ଲା ବାଲିକୁଦା ଅଂଚଳର ସତ୍ୟବ୍ରତ ଦାସ ।

ଶୁକ୍ରବାର ଅପରାହ୍ନରେ ସେ ଲୋଇସିଂହା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସ୍ଥାନୀୟ ଯୁବକ ରମାକାନ୍ତ ବିଶ୍ୱାଳ, ପ୍ରଶାନ୍ତ ତ୍ରିପାଠୀ, ଶ୍ରୀକାନ୍ତ ଦାସଙ୍କ ସମେତ ଯୁବଗୋଷ୍ଠୀ ତାଙ୍କୁ ସ୍ବାଗତ ଜଣାଇଥିଲେ । ୨୦୧୯ ଜୁଲାଇ ୧୦ ରେ ଯାଜପୁର ଜିଲ୍ଲା ବଡଚନା ବ୍ଲକରୁ ବାହାରିଥିବା ପଦଯାତ୍ରାରେ ସତ୍ୟବ୍ରତ ଆଜି ସୁଦ୍ଧା ୧୩୯ ଟି ବ୍ଲକକୁ ପହଁଚିଥିବା ସହିତ ପ୍ରାୟ ଚାରି ହଜାର କିମି ରୁ ଅଧିକ ରାସ୍ତା ଅତିକ୍ରମ କରିଥିବା ଜଣାଯାଇଛି । ଲୋଇସିଂହା ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀଙ୍କୁ ସେ ସ୍ମାରକ ପତ୍ର ପ୍ରଦାନ କରିଥିବା ଜଣାଯାଇଛି ।

Comments are closed.