ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟରେ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ //
ରାୟଗଡ(୦୭/୦୨): ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦିନ ଧରି ମହିଳା ସେଲ ତରଫରୁ ଦକ୍ଷତା ବିକାଶ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ବର୍ତମାନ ଯୁଗ ସମୟରେ ଚାକିରୀ ସମସ୍ୟା ଦେଖାଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ଦକ୍ଷତା ଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ବେକାର ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ଉଦେଶ୍ୟରେ ଏହି ଦକ୍ଷତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଭିନ୍ନ ଅନୁଷ୍ଠାନରେ ତାଲିମ ପରେ ତାଲିମ ଧାରୀ ନିଜ ନିଜରେ କାମ ଆରମ୍ଭ କରିଥାନ୍ତି ଓ ଅନ୍ୟ ମାନେ ରୋଜଗାର ନିମନ୍ତେ ବାଙ୍ଗାଲୋର କିମ୍ବା ଅନ୍ୟ ସହରକୁ ଯାଇ ରୋଜଗାର କରିପାରିବେ | ଏହା ସେଂଚ୍ୟୁରିଆନ ବିଶ୍ୱବିଦ୍ୟାଳୟ ଏବଂ ଗ୍ରାମ ତରଙ୍ଗ ସହଯୋଗ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ସ୍ୱଂୟଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫୁଲ୍ଳଚନ୍ଦ୍ର ସେନାପତି ଉଦଘାଟନ କରିଥିଲେ । ମହିଳା ସେଲ’ର ଆବାହିକା ଶ୍ରୀମତି କୃଷ୍ଣପ୍ରିୟା ସାହାଣୀଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମଶାଳାରେ ୧୨୦ଜଣ ଛାତ୍ରୀ ଯୋଗଦାନ କରିଛନ୍ତି । ଛାତ୍ରୀମାନଙ୍କ ଭିତରେ ବ୍ୟକ୍ତିତ୍ୟର ବିକାଶ, ଞାନବୃଦ୍ଧି, ଆତ୍ମନିର୍ଭରଶୀଳତା ଇତ୍ୟାଦି ଏହି କର୍ମଶାଳାର ଲକ୍ଷ୍ୟ ବୋଲି ଶ୍ର୍ରୀମତି ସାହାଣୀ ମତପୋଷଣ କରିଥିଲେ । ଏହି କର୍ମଶାଳାକୁ ସଂଯୋଜନା କରିବାରେ ପ୍ରଧ୍ୟାପିକା ଶ୍ରୀମତି ଭି.ଆର.ରତ୍ନଶ୍ରୀ, ଶ୍ରୀମତି ବୋବିଲତା ସୋରଫ, ପୂଜା ପଟ୍ଟନାୟକ, ବିଜୟାଲକ୍ଷ୍ମୀ ଚୈାଧୁରୀ, ଶ୍ରୁତିଦୀପ୍ତି ସାମଲ, ଶ୍ରୀମତୀ ଦିପିକା ପଟ୍ଟନାୟକ ସହଯୋଗ କରିଥିଲେ ।

Comments are closed.