ଓଲଟିଲା ୧୬ ଚକିଆ କୋଇଲା ବୋଝେଇ ଟ୍ରକ୍

0
98
ବୋଝେଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୧୮/୦୨) : ଦ୍ରୁତ ଗତି ହେଲା କାଳ । ଅନୁଗୁଳ-ଛେଣ୍ତିପଦା ୬୩ ନମ୍ବର ରାଜ୍ୟ ରାଜପଥରେ ରାଇଝଣ ସିତିରାସାହି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ୧୬ ଚକିଆ କୋଇଲା ବୋଝେଇ ଟ୍ରକ୍ ।

୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଯେ, ଏହି ରାସ୍ତାରେ ଭାରିଯାନ ଗୋଡିକ ଦ୍ରୁତ ଗତିରେ ଯାଉଥିବାରୁ ବାରମ୍ବାର ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି । ଆଜି ତାଳଚେର ରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ୧୬ ଚକିଆ କୋଇଲା ବୋଝେଇ ଟ୍ରକ୍ ନିଶା ଇଣ୍ଡଷ୍ଟ୍ରିଆଲ୍ ଥାନା ଅନ୍ତର୍ଗତ ରାଇଝଣ ସିତିରାସାହି ନିକଟରେ ଏହି ଭାରସାମ୍ୟ ହରାଇ ରାସ୍ତାର ୧୫ ଫୁଟ୍ ତଳକୁ ଓଲଟି ପଡିଥିବା ବେଳେ ଡ୍ରାଇଭର ଓ ହେଲପର ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ।