Friday, March 29, 2024

Top 5 This Week

Related Posts

ନଦୀ ରେ ବୁଡି ଯୁବତୀ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୮/୦୨) : ରାମିଆଳ ନଦୀ ରେ ବୁଡି ଜଣେ ଯୁବତୀର ମୃତ୍ୟୁ ହୋଇଥିବା ସୂଚନା । ମୃତକ ଜଣକ ହେଲେ କାମାକ୍ଷାନଗର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ବିରଞ୍ଚି ରାଉତଙ୍କ ଝିଅ ଟିକିନା ରାଉତ ।

ବୟସ ୨୩ ବୋଲି ଜଣାପଡିଛି । ସୂଚନା ମୁତାବକ ଗତକାଲି ଶୁକ୍ରବାର ଅପରାହ୍ନରେ ଟିକିନା ଏକାକି ଗ୍ରାମ ନିକଟସ୍ଥ ରାମିଆଳ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଟିକିନାଙ୍କର ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକେ ନଦୀ ପଠା ଠାରେଥିବା ଗାଧୁଆ ତୁଠରେ ବହୁ ଖୋଜା ଖୋଜି କରିବା ପରେ ଟିକିନାକୁ ପାଣି ଭିତରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ କାମାକ୍ଷାନଗର ଉପଖଣ୍ଡ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ଟିକିନାକୁ ମୃତ ଘୋଷଣା କରିଥିଲେ । ଖବର ପାଇ କାମାକ୍ଷାନଗର ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରିରଖିଛି ।

Popular Articles