ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୨) ଟି.ପି.ଏସ.ଓ.ଡି.ଏଲ ତରଫରୁ ସ୍ଥାନୀୟ ଶ୍ରୀରାମ ଡ଼ିଗ୍ରୀକଲେଜ ପ୍ରାଙ୍ଗଣରେ ଖାଉଟି ସଚେତନ ନିମନ୍ତେ କଲେଜ ର ସମସ୍ତ ଛାତ୍ର ଛାତ୍ରୀଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକ ରେ ଟି.ପି.ଏସ.ଓ.ଡି.ଏଲ ର ଇଂଜିନିୟର ଅନିଲ ଭୋଇ, ଆକାଶ ପାଇକରାୟ, ରୌମ୍ୟା ରଞ୍ଜନ ଓ ଦିବ୍ୟା ଙ୍କ ସହ ଲାଇନମ୍ୟାନ ଗଣେଶ, ଟାଟା ପୱେର ର କାର୍ଯ୍ୟରତ ଅନ୍ୟାନ କର୍ମଚାରୀ ଏବଂ ଶ୍ରୀରାମ ଡ଼ିଗ୍ରୀକଲେଜ ର ଅଧ୍ୟାପକ ଅଧ୍ୟାପିକା ମାନେ ସାମିଲ ହୋଇ ବିଜୁଳି ଶକ୍ତି ଅନାବଶ୍ୟକ ଅପଚୟ ନ କରି କିପରି ସଞ୍ଚିତ କରାଯାଇ ଠିକ ଭାବେ ବ୍ୟବହୃତ ହୋଇ ପାରିବ ଏବଂ ଟାଟା ପାୱାର ଆପ୍ପ ମାଧ୍ୟମ ରେ ବିଜୁଳି ବିଲ ପୈଠ କରିବା ଦ୍ୱାରା କି କି ଲାଭ ଉପଭୋକ୍ତା ମାନେ ପାଇପାରିବେ ସେ ନେଇ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଯେଉଁ ଉପଭୋକ୍ତା ମାନେ କୌଣସି ଅନିବାର୍ଯ୍ୟ କାରଣ ହେତୁ ଦୀର୍ଘ ଦିନର ବିଲ ପୈଠ କରି ନ ଥିବେ ସେମାନଙ୍କୁ ଏକ କାଳୀନ ବିଲ ପୈଠ କଲେ ଟାଟା ପୱେର ତରଫରୁ ତିରିଶ ଭାଗ ଅନୁକମ୍ପା ରାଶି ଛାଡ଼ କରାଯିବ ବୋଲି ବିଭାଗୀୟ ଅଧିକାରୀ ବକ୍ତବ୍ୟ ରଖିଥିଲେ । ଉପଭୋକ୍ତା ମାନଙ୍କୁ ଜରୁରୀ କାଳୀନ ସେବା ନିମନ୍ତେ ଏକ ଟୂଲ ଫ୍ରୀ ନମ୍ବର ୧୯୧୨ ଦିଆଯାଇଛି ଓ ଏହି ନମ୍ବର ରେ ଉପଭୋକ୍ତା ମାନେ ମାଗଣା ସେବା ପାଇପାରିବେ । ବୈଠକ ଟି କଲେଜ ଅଧ୍ୟକ୍ଷ ପ୍ରଶାନ୍ତ ବାନପାଲିଙ୍କ ଉପସ୍ଥିତ ରେ ଆରମ୍ଭ କରାଯାଇଥିବା ବେଳେ ଅଧ୍ୟାପକ ଶିବ ରାମ ବଇଦ ଓ ବିଶ୍ୱ ରଞ୍ଜନ ଗୌଡ଼ ପରିଚାଳନା କରିଥିଲେ । ଶେଷରେ ମୁନା ମିଶ୍ର ଧନ୍ୟବାଦ ଦେଇ ବୈଠକ ସଙ୍ଗ କରିଥିଲେ ।