ନିଖୋଜ ଯୁବକର ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ(୦୬/୦୨): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ଅଲିମାହା ଗ୍ରାମର ସୁବୋଧ ମଲିକର ମୃତ ଦେହ ଆଜି ୨୧ଦିନ ପରେ ସୁଦ୍ଧା କିରଣ କଲେଜ ପାଖରେ ଥିବା ଏକ ବୁଦା ବଣ ଜଙ୍ଗଲ ଠାରେ ପଡିରହିଥିବା ଜଣାପଡିଥିଲା ।

ସେହି ସମୟରେ ପୋଲିସ ସେଠାରେ ପହଞ୍ଚି ତାଙ୍କ ପରିବାର ଲୋକ ମାନଙ୍କୁ ଡାକି ଦେଖେଇବା ପରେ ତାଙ୍କର ମା ପୁଅର ମୃତ ଦେହ ବୋଲି ଚିହ୍ନିଥିଲେ | ଏହି ସମସ୍ତ ବିଷୟକୁ ନେଇ ସୋମବାର ଦିନ ସକାଳ ୮ଟାଠାରୁ ଦିନ ୧୧ ଟା ଯାଏଁ ରାସ୍ତା ଉପରେ ବସି ରହିଥିଲେ |

ସେହି ଦିନ ୨୫ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ମଧ୍ୟ ଜଣାପଡ଼ିଥିଲା | ସୁବୋଧ ମଲିକର ସ୍ତ୍ରୀ ମଧ୍ୟ ଜେଲ ଗଲେ | ଏହା ପରେ ସେମାନେ କାଲି ସଂଧ୍ୟାରେ ଘରେ ଆସିଥିବା ବେଳେ ଆଜି ଗୁରୁବାର ଦିନ ତାଙ୍କର ମୃତ୍ୟୁ ଖବର ପାଇ ଆଚମ୍ବିତ ହୋଇଗଲେ । ତାଙ୍କର ମା ପୁଅକୁ ଆଣିବା ପାଇଁ ଏସ୍ ଡିପିଓ ଜୟ କୃଷ୍ଣ ବେହେରାଙ୍କୁ ନେହୁରା ହୋଇଥିଲେ | ଏହିସବୁ ଘଟଣାକୁ ନେଇ ଆଜି ସକାଳ ପ୍ରାୟ ୯ ଟା ରୁ ଆରମ୍ଭ କରି କରି ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲାଗି ରାସ୍ତାରୋକ ରହିଥିବା ଦେଖିବାକୁ ମିଳିଥିଲା । ରାଇକିଆ ବ୍ଲକର ବିଡିଓ ପ୍ରବିଣ କୁମାର ବାଣୁଆ, ରାଇକିଆ ତହସିଲଦାର ସାରଦା କାନ୍ତି ଦଲେଇ, ଟିକାବାଲି ଆଇଆଇସି ରେବତୀ ଶବର, ଫୁଲବାଣୀର ଆଇଆଇସି ନରେଶ କୁମାର ସାହୁ ଓ ରାଇକିଆ ଥାନା ଅଧିକାରୀ ସମୀର ରାଉତ ଘଟଣା ସ୍ଥଳରେ ଲୋକଙ୍କୁ ବୁଝାମଣା କରିଥିଲେ ଓ ସନ୍ଧ୍ୟା ୫ଟା ବେଳକୁ ଶବ ନେଇଥିଲେ |

Comments are closed.