ବାଲିଗୁଡା ଆଇଟିଡିଏ ପକ୍ଷରୁ ସମ୍ପର୍କ ଶିବିର

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା(୦୬/୦୨): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକରେ ଆଇଟିଡିଏ ତରଫରୁ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଛି | ଏଥିରେ ମୁଖ୍ୟ ଅତିଥିଭାବେ ଚକ୍ରମଣି କହ୍ନର ଯୋଗ ଦେଇ ରାଜ୍ୟ ସରକାରଙ୍କ ଆଦିବାସୀଓ ହରିଜନ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ତାହା କିପରି ଅନୁସୁଚିତ ଜାତି ଓ ଜନଜାତିର ଲୋକ ସୁଫଳ ପାଇ ପାରିବେ ସେ ନେଇ ରାଜ୍ୟ ସରକାର ବର୍ତମାନ ମୋ ସରକାରରେ ବିଭାଗକୁ ସାମିଲ କରିଛନ୍ତି ବୋଲି ପ୍ରକାଶ କରିଥିଲେ |

ସମ୍ମାନିତ ଅତିଥି ଭାବେ ଡିଆରଡିଏ ପ୍ରକଳ୍ପ ପ୍ରଶାସକ ବିଶ୍ୱନାଥ ବାରିକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶେଷ ଦେବ ବେହେରା, ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ରାଜେନ୍ଦ୍ର କୁମାର ରଂଜିତ ଯୋଗ ଦେଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇ ଅନୁସୁଚିତ ଜାତି ଓ ଜନଜାତି ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଚାଲୁଥିବା କହିଛନ୍ତି |

ଏହି ସମ୍ପର୍କ ଶିବିରରେ ବାଲିଗୁଡା ବ୍ଲକର ସରପଞ୍ଚ, ସମିତି ସଭ୍ୟ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଯୋଗ ଦେଇଥିଲେ | ବିଭାଗ ତରଫରୁ ଏସଏଜଜି ଗ୍ରୁପ ମା ମାନଙ୍କୁ ଆତ୍ମନିର୍ଭରଶୀଳ ପାଇଁ ସହାୟତା ପ୍ରଦାନ କରାଯାଇଛି | ବାଲିଗୁଡା ବ୍ଲକ ମଙ୍ଗଳ ଅଧିକାରି ବିଭୀଷଣ ଭୋଇ, ସଂଯୋଜକ ସିମରନ ନାୟକ, ସହ ଯୋଗ କରିଥିଲେ |

Comments are closed.