ପୋଲଥିନ ମୁକ୍ତ ଅଭିଯାନ

0
83
ପୋଲଥିନ

ରିପୋର୍ଟ : ଶିବ ବିଷୋୟୀ
ଲମତାପୁଟ, (୧୮/୦୨) : ପୋଲଥିନ ମୁକ୍ତ ପାଇଁ ଅଣ୍ଟା ଭିଡ଼ିଲା ଆଶାକିରଣ ଲମତାପୁଟ ମୁଖ୍ୟ ବଜାର ରେ ପ୍ଲାଷ୍ଟିକ ବତଲ ଏବଂ ପୋଲଥିନ ରେ ବଜାର ପରିପୂର୍ଣ ଥିବାରୁ ଆଜି ଆଶାକିରଣ ସୋସାଇଟି ତରଫ ରୁ ଡାକ୍ତର ମାନେ କର୍ମ ଚାରି ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ ।

ମୁଖ୍ୟ ବଜାର ସଫେଇ ପାଇଁ ସ୍ଥାନୀୟ ସରପଞ୍ଚ ଙ୍କ ସହାୟତା ଲୋଡି ଥିଲେ । ଆଜି ସମ୍ପୂର୍ଣ ବଜାର କୁ ସଫେଇ କରିବା ସହ ପ୍ଲାଷ୍ଟିକ ମୁକ୍ତ କରିବାକୁ ଦୋକାନୀ ଙ୍କୁ ସଚେତନ କରିଥିଲେ । ପ୍ଲାଷ୍ଟିକ ବୋଟଲ ପୋଲଥିନ ସବୁ ସଫାକରୀ ଅନ୍ୟତ୍ର ସ୍ତାନ୍ତରିତ କରି ନଷ୍ଟ କରାଯାଇଛି । ଏହି ଭଳି ଅଭିଯାନ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର କର୍ମ ଚାରି, ମାଳିପୁଟପ୍ରକଳ୍ପ ବିଦ୍ୟାଳୟ, ଡିଗ୍ରୀ କଲେଜ ଛାତ୍ର ଛାତ୍ରୀ ଶିକ୍ଷକ, ବିଏସଏଫ, ବଜାର କମିଟି ର ମେମ୍ବର ଏବଂ ଦୋକାନୀ ମାନେ ଏହି ସଫେଇ କାର୍ଯ୍ୟ ରେ ସାମିଲ ହୋଇଥିଲେ ।