ମହିଳା ଆତ୍ମ ସୁରକ୍ଷା କୌଶଳ ତାଲିମ ଉଦଯାପନୀ ସମାରୋହ

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି(୦୫.୦୨.୨୦): ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ ମହିଳା ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପନୀ ଉତ୍ସବ ହୋଇଥିଲା । ଦୀର୍ଘ ୧୨ଦିନ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପ୍ରଥମ ଦିବସରେ ସ୍ଥାନୀୟ ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନାଥ ଦେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ |

ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଡେପୁଟି ଅଗ୍ନିଶମ ଅଧିକାରୀ ଅରୁଣ କୁମାର ଷଡଙ୍ଗୀ ଯୋଗଦେଇ ନାରୀ ସଶକ୍ତିକରଣରେ ଆତ୍ମ ସୁରକ୍ଷା କୌଶଳ ତାଲିମର ଭୂମିକା ଉଲ୍ଲେଖନୀୟ ବୋଲି ନିଜ ଅଭିଭାଷଣରେ ମନ୍ତବ୍ୟ ରଖିଥିଲେ । ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନାଥ ଦେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ. ସରୋଜ କୁମାର ପରିଡ଼ା ସଭାପତିତ୍ବ କରିଥିଲେ । ଅଧ୍ୟାପକ ଡ଼ଃ.ନଳିନୀ କୁମାର ପାଣିଗ୍ରାହୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବାବେଳେ ମହିଳା ଆତ୍ମ ସୁରକ୍ଷା ତାଲିମର ସଂଯୋଜକ ଅଧ୍ୟାପକ ସୁଧାଂଶୁ ଶେଖର ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଆୟୋଜିତ ଉଦଯାପନୀ ସମାରୋହରେ ଅଧ୍ୟାପକ ଡ଼ଃ.ପ୍ରସନ୍ନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଦିଲ୍ଲୀପ କୁମାର ନାୟକ ସହଯୋଗ କରିଥିଲେ ।

Comments are closed.