Thursday, March 28, 2024

Top 5 This Week

Related Posts

ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନା ରେ ୫କେଜି ଚାଉଳ କାଟିଥିବା ଅଭିଯୋଗ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୦୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଓ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ତରଫରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କଲ୍ୟାଣ ଯୋଜନା ୫ କେଜି ଚାଉଳ କାଟିଥିବା ଅଭିଯୋଗ ରେ ବିଜେଡି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମହାମହିମ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ବିନିକା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ କେନ୍ଦ୍ର ସରକାର ଙ୍କ ଗରିବ ମାରଣା ନୀତି ଉପରେ ବର୍ଷୀଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ଦ୍ୱାରିକାନାଥ ସାହୁ, ବ୍ଲକ ଯୁବ ବିଜେଡି ସଭାପତି ପ୍ରତାପ ଚାନ୍ଦ, ଜିଲ୍ଲା ପରିଷଦ ସଭ୍ୟ ବଶିଷ୍ଠ ଭରାସାଗର, ବ୍ଲକ ଉପାଧ୍ୟକ୍ଷ ନିର୍ମଳ ଷାଣ୍ଢ ଙ୍କ ସମେତ ବହୁ ବିଜେଡି କାର୍ଯ୍ୟକର୍ତ୍ତା ସାମିଲ ଥିଲେ । ପରେ ବିନିକା ବିଡ଼ିଓ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେହିପରି ବିନିକା ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ନଗର ସଭାପତି ସୋମନାଥ ମିଶ୍ର ଙ୍କ ନେତୃତ୍ୱ ରେ ଶତାଧିକ ବିଜେଡି କର୍ମୀ କେନ୍ଦ୍ର ସରକାର ବିରୁଦ୍ଧରେ ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନା ରେ ୫ କେଜି ଚାଉଳ କାଟି ଗରିବଙ୍କ ଅଧିକାର କୁ ଛଡାଇନେବା କହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ବେହେରା ନଗରପାଳ ସୁବାଶ ଚନ୍ଦ୍ର ଭୋଇ, ଉପାଧ୍ୟକ୍ଷା ତପସ୍ୱିନୀ ମେହେର, ହାଡିବନ୍ଧୁ ମେହେର, ସୁଧୀର ଭେସ୍ରା, ଧୂବଳେଶ୍ୱର ନାଗ, ରବୀନ୍ଦ୍ର ପାତ୍ର,ପୀତବାସ ମେହେର, ସନ୍ତୋଷ ସାହୁ, ଦିନ ମେହେର, ଙ୍କ ବିଜେଡି ର ସମସ୍ତ କାଉନସିଲର ଯୋଗ ଦେଇଥିଲେ । ପରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବ ଜରିଆରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Popular Articles