Friday, March 29, 2024

Top 5 This Week

Related Posts

ଚାଉଳ କାଟିବା କୁ ନେଇ କେନ୍ଦ୍ର ବିରୋଧ ରେ ବର୍ଷିଲା ବିଜେଡି

ରିପୋର୍ଟ : ବିଭୂତି ଲହରିଆ
କନ୍ଧମାଳ, (୧୬/୦୨) : ଚାଉଳ କାଟିବା କୁ ନେଇ କେନ୍ଦ୍ର ବିରୋଧ ରେ ବର୍ଷିଲା ବିଜେଡି । କେନ୍ଦ୍ର ସରକାର ଙ୍କ ଚାଷୀ ମାରଣ ନୀତି ବିରୋଧ ରେ ବାଲିଗୁଡା ବିଜେଡି ର ଆନ୍ଦୋଳନ

ବାଲିଗୁଡା ବିଜୁ ଜନତା ଦଳ ପକ୍ଷରୁ ବାଲିଗୁଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ।ବାଲିଗୁଡା ସାଂସଦ ପ୍ରତିନିଧି ତଥା ବ୍ଲକ ସଭାପତି ଟୁନା ଦାସ ଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀ ଆନ୍ଦୋଳନ କୁ ଓଲ୍ହାଇଛନ୍ତି । ବିଜେଡି ର ଏହି ବିକ୍ଷୋଭ ଓ ପ୍ରତିବାଦ ରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବ୍ଲକ ଅଧକ୍ଷ୍ୟ ମିଶାବତୀ ମଳିକ, ଉପାଧ୍ୟକ୍ଷା ନିକଜିନି ଦିଗାଲ ବାଲିଗୁଡା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତି ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ପାଢ଼ୀ, ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ, କାଉନସିଲର ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଙ୍କ ସମେତ ବିଜେଡି କର୍ମୀ ସାମିଲ ହୋଇଥିଲେ । କେନ୍ଦ୍ର ଉଷୁନା ଚାଉଳ ରାଜ୍ୟ ରୁ ଉଠେଇବା ପରିମାଣ କମେଇବା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ପାଞ୍ଚ କେଜି ଚାଉଳ କାଟିଦେବା ପ୍ରସଙ୍ଗରେ ବାଲିଗୁଡା ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ଓ ଗଣ ଧାରଣା ଦେଇଛି ବିଜେଡି । WhatsApp Image 2023 02 16 at 19.44.13 ଚାଉଳ କାଟିବା କୁ ନେଇ କେନ୍ଦ୍ର ବିରୋଧ ରେ ବର୍ଷିଲା ବିଜେଡି

ଓଡିଶା ଏକ କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବା ବେଳେ ରାଜ୍ୟ ରୁ ଧାନ କିଣିବା ବାବଦରେ କୋଡିଏ ହଜାର କୋଟି ଟଙ୍କା କାଟ ଏବଂ ରାଜ୍ୟ ରୁ ଚାଉଳ ଉଠେଇବା ରେ କେନ୍ଦ୍ର ସରକାର ଙ୍କ ଟାଳଟୁଳ ନୀତି ପ୍ରତିବାଦ ରେ ବାଲିଗୁଡା ବିଜୁ ଜନତା ଦଳ ପକ୍ଷରୁ ହଜାର ହଜାର ବିଜେଡି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆନ୍ଦଳନ କୁ ଓଲ୍ହାଇଛନ୍ତି ।  ବାଲିଗୁଡା ବିଧାୟକ ଚକ୍ରମଣି କଂହର ଓ ବାଲିଗୁଡା ସାଂସଦ ପ୍ରତିନିଧି ତଥା ବ୍ଲକ ସଭାପତି ଟୁନା ଦାସ ଙ୍କ ନେତୃତ୍ୱ ରେ ବିଜେଡି ପକ୍ଷରୁ ବାଲିଗୁଡା ବିଡ଼ିଓ ଶଶାଙ୍କ ପାତ୍ର ଓ ଉପଜିଲ୍ଲାପାଳ ଙ୍କୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି ।

Popular Articles