Related Contents

କାମରେ ଆସୁନି ୩୨ ଲକ୍ଷ୍ୟ ଟଙ୍କା ର ପ୍ରକଳ୍ପ-ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ-ଉଲୁଣ୍ଡା

ଉଲୁଣ୍ଡା (ବିକାଶ ପଣ୍ଡା): ରାଜ୍ୟ ସରକାର ଜନସାଧାରଣ ଙ୍କ ପାଇଁ ପିଇବା ପାଣି ଯୋଗେଇବା ଉଦ୍ଦେଶ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ମାଧ୍ୟମ ରେ ବିପୁଳ ଟଙ୍କା ଖର୍ଚ କରୁଛନ୍ତି | ମାତ୍ର ତାହାର ସୁଫଳ ଜନସାଧାରଣଙ୍କ ନିକଟକୁ ପହଂଚି ପାରୁନାହିଁ |

ସୁବର୍ଣ୍ଣପୁର ଜିଲ୍ଲା ଉଲ୍ଲୁଣ୍ଡ ବ୍ଲକ ଅନ୍ତର୍ଗତ ପଲାଶ ଗ୍ରାମରେ ୨୦୧୩ -୧୪ ମସିହାରେ ୩୨ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ରମ୍ଭା ଜୋର ଠାରେ ଜଳ ପ୍ରକଳ୍ପ ନିମର୍ମନ କରାଯାଇଥିଲା | ବୋରିବେଲଲ ଖୋଲି ସେଠାରୁ ପିପିଏ ଯୋଗେ ଗ୍ରାମରେ ମାଟି ତଳେ ଏକ ଟାଙ୍କି କରାଯାଏ ସେଠାରୁ ଆଉ ଏକ ମୋଟର ଯୋଗେ ଅବେରହେଡ ଟାଙ୍କି କୁ ପାଣି ଭର୍ତି ବ୍ୟବସ୍ଥା କରାଯାଇଥିଲା | ଏହି ଓବର ହେଡ ଟାଙ୍କିରୁ ପଲାଶ , ଗୋବିନ୍ଦପାଲି , ଗୋପାଳପୁର ,ଭେଜିମେଲ , ବେଜପାଲ୍ଲୀ ଆଦି ଗ୍ରାମର ପ୍ରାୟ ୧୬୦୦ ବାସିନ୍ଦାଙ୍କ ପାଇଁ ମାଟି ତଳେ ପିପିଏ ବିଛାଇ ଗ୍ରାମବାସୀ ସୁବିଧାରେ ପାଣି ପିଇବା ପାଇଁ ବିଭୀଣ୍ଣ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ କରି ମୋଟର ରେ ବିଦ୍ୟୁତ ସଂଯୋଗ କଲା ପରେ ଗ୍ରାମବାସୀ ଙ୍କୁ କିଛି ଦିନ ପାଣି ଯୋଗାଇ ଦିଆ ଯାଇଥିଲା | ମାତ୍ର ନିମ୍ନ ମନର କାମ ଯୋଗୁଁ ବିଭିନ୍ନ ସ୍ଥାନ ରେ ପାଇପ ଗୁଡିକ ଫାଟି ବାହାରକୁ ପାଣି ବାହାରି ପଡ଼ୁଛି |. ଫଳରେ କେତେବେଳେ ଓବର ହେଡ ଟଂକିକୁ ପାଣି ପହଂଚି ପାରୁନି ତ କେତେବେଳେ ଓବର ହେଡ ଟାଙ୍କିରୁ ଷ୍ଟାଣ୍ଡପୋଷ୍ଟକୁ ଯାଇପାରୁନାହିଁ | ଖରାଦିନ ଆସିଲେ ଚାରି ଦିନ ପାଣି ଯୋଗେଇ ପାଇପ ଫାଟି ଯାଉଥିବା ଯୋଗୁଁ ପୁଣି ବନ୍ଦ କରି ଦିଆଯାଏ | କ୍ରମାଗତ ଏଭଳି ଲାଗି ରହିବାରୁ ଏହି ପ୍ରକଳ୍ପ ଆଉ କାମରେ ଆସୁ ନଥିବା ପ୍ରକାଶ | ଅନ୍ୟପଟେ ଗ୍ରାମରେ ଥିବା ୬ଟି ନଳକୂପ ମଧ୍ୟରୁ ମାତ୍ର ଗୋଟିଏ ନଳକୂପରୁ ପିଇବା ଯୋଗ୍ୟ ପାଣି ମିଳିଥାଏ | ଫଳରେ ପାଣି ନେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷ୍ୟା କରିବାକୁ ପଡେ |
ବର୍ଷସାରା ଏହି ନଳକୂପ ଉପରେ ନିର୍ଭର କରୁଥିବାରୁ ଗ୍ରାମବାସୀ ପାଣି ପାଇଁ ଘୋର ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରୁଛନ୍ତି | ଆଗକୁ ଅସହ୍ୟ ତାତି ଆସୁଥିବା ବେଳେ ପୋଖରୀରୁ ମଧ୍ୟ ପାଣି ସୁଖିବାରେ ଲାଗିଛି | ଏପରି ସ୍ଥିତିରେ ଗ୍ରାମବାସୀ ଗାଧି ବାର ମଧ୍ୟ କଷ୍ଟକର ହେଇଯିବ | ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପ୍ରକଳ୍ପ କୁ ଶୀଘ୍ର ଚାଲୁ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି | ଏ ସମ୍ପର୍କରେ ସ୍ଥାନୀୟ ସରପଂଚ ପିଙ୍କି ବିଶି ଙ୍କୁ ପଚାରିବାରୁ ଯନ୍ତ୍ରୀକ ତ୍ରୁଟି ଯୋଗୁଁ ପ୍ରକଳ୍ପ ଚାଲିପାରୁ ନାହିଁ | ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି |

Comments are closed.