କୁସୁମୀ ଠାରେ ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

0
125
କୁସୁମୀ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋଟପାଡ଼/କୋରାପୁଟ, (୧୬/୨) : କୋକପାଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟପାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ ଅଞ୍ଚଳ ମୂର୍ତ୍ତାହାଣ୍ଡି ଓ କୁସୁମୀ ପ୍ରାଥମିକ କେନ୍ଦ୍ରରେ ପ୍ରାଥମିକ ସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି ।

ଏହି ସ୍ୱାସ୍ଥ୍ୟ ମେଳାରେ ଡାଃ.ରାଗିନୀ ଗୌର, ତାପସ ପରିଡା, ଡାଃ କୁମାର ଗୌରବ ମିଶ୍ର, ଅଶୋକ କୁମାର ସାହୁ, ଧର୍ମୁ ବିଶ୍ୱାଳ, ସ୍ବପ୍ନା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲାନ ପ୍ରମୁଖ ଯୋଗ ଦେଇଥିବା ଜଣା ପଡିଛି । ଏହି ଅବସରରେ ଛାତ୍ର ମାନଙ୍କୁ ନେଇ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ସଚେତନତା ରାଲି ବାହାର କରାଯାଇ ବିଭିନ୍ନ ପ୍ରକାର ରୋଗ ଯଥା କର୍କଟ ଭଳି ମାରାତ୍ମକ ରୋଗ ଗୁଡିକ ସଂପର୍କ ରେ ସଚେତନତା ସୃଷ୍ଟି ପାଇଁ ଚେଷ୍ଟା କରାଯାଇଥିଲା । ପ୍ରତି ମାସରେ ଏହି ଭଳି ମେଗା ସ୍ୱାସ୍ଥ୍ୟ ମେଳା ଜରିଆରେ ରୋଗୀ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।