Thursday, March 28, 2024

Top 5 This Week

Related Posts

ଏରେଣ୍ଡେଇ ନିକଟରୁ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୬/୦୨) : ବୈତରଣୀ ନଦୀର ଏରେଣ୍ଡେଇ ନିକଟରୁ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ପାଟଣା ପୋଲିସ ।

ଘଟଣାରେ ୩ ହତ୍ୟାକାରୀ ଗିରଫ । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ବୈତରଣୀ ନଦୀର ଏରେଣ୍ଡେଇ ନିକଟରୁ ଗତ ଡିସେମ୍ବର ମାସରେ ଜରି ଅଖା ଭର୍ତ୍ତି ଏକ ଶବକୁ ପୋଲିସ ଉଦ୍ଧାର କରିଥିଲା । ତଦନ୍ତ ପରେ ଏହା ପାଟଣା ଥାନା ମୂଷାଖୋରୀ ଗ୍ରାମର ଭରତ ମୁଣ୍ଡାଙ୍କର ବୋଲି ଜଣାପଡ଼ିଥିଲା । ତେବେ ଘଟଣାର ତଦନ୍ତ ପରେ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଥିବା ବେଳେ ପୋଲିସ ଡିଆନାଳୀ ଗାଁ’ରୁ ୩ଜଣଙ୍କୁ ଗିରଫ କରିଛି । ଗତ ଡିସେମ୍ବର ୧୮ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଅଭିଯୁକ୍ତ ମାନେ ଭରତଙ୍କୁ ହତ୍ୟା କରିବା ପରେ ଏକ ଅଖାରେ ପୂରାଇ ବୈତରଣୀ ନଦୀରେ ଫିଙ୍ଗି ଦେଇଥିଲେ । ତେବେ ନଦୀର ଏରେଣ୍ଡେଇ ନିକଟରୁ ଏହି ମୃତଦେହ ଉଦ୍ଧାର କରାଯାଇଥିଲା ।

Popular Articles