Friday, March 29, 2024

Top 5 This Week

Related Posts

ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି

ରିପୋର୍ଟ : ନରୋତ୍ତମ ପାଢ଼ୀ
ଗୁଣୁପୁର, (୧୫/୨) : ରାୟଗଡ଼ା ଜିଲ୍ଲା ଗୁଣୁପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଆଜି ଅର୍ଥାତ୍ ୧୪/୨/୨୦୨୩ ତାରିଖ ରେ ବାର୍ଷିକ ଉତ୍ସବ ଆୟୋଜନ କରାଯାଇଛି ।WhatsApp Image 2023 02 15 at 13.58.15 ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି

ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ର ଉତ୍ସବରେ ଗୁଣୁପୁର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଳିତ କୁମାର କହଁର, Direct General of GIET University gunupur ଶ୍ରୀଯୁକ୍ତ ଜଗଦୀଶ ପଣ୍ଡା, secretary of Balaji institution of technology & science ,gunupur ଶ୍ରୀଯୁକ୍ତ ଲାଡି ତିରୁମାଲା ରାଓ ଓ Assistant Executive Engineer of PWD, Gunupur ଶ୍ରୀଯୁକ୍ତ B V S R P Sharma ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇଥିଲେ । ଏହି ବିଦ୍ୟାଳୟରେ ହେଡ୍ ମିଶେସ୍ ଚାର୍ଜରେ ରହିଥିବା B E O of gunupur, ଶ୍ରୀଯୁକ୍ତ ସୁଜନ ମଲ୍ଲିକ ଏହି ଉତ୍ସବରେ ସଭାପତି ଦାୟିତ୍ୱରେ ରହି ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପ୍ରତି ମୁର୍ତ୍ତି କୁ ପୁଜା କରି ବାର୍ଷିକ ଉତ୍ସବ ପାଳନ ଆରମ୍ଭ ହୋଇଥିଲା ଓ ଇନ୍ ଚାର୍ଜରେ ରହିଥିବା ଶ୍ରୀମତୀ ଗୀତାଞ୍ଜଳୀ ସାହୁ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛମନ ପ୍ରଦାନ କରି ମୁଖ୍ୟ ଅତିଥିଗଣଙ୍କୁ ମଞ୍ଚାସୀନ କରିଥିଲେ ।

ମଞ୍ଚରେ ମୁଖ୍ୟ ଅତିଥିମାନେ ଛାତ୍ରୀ ମାନଙ୍କୁ କେମିତି ଭଲ ପାଠ ପଢିବା, ଭଲ ମଣିଷ ହୋଇ ବିଶ୍ଵ ଦରବାରରେ ଆମ ଦେଶକୁ ସୁନାମ କେମିତି ଅର୍ଜନ କରିବା ‌ବିଭିନ୍ନ ପ୍ରକାର ଉଦାହରଣ ବା କାହାଣୀ ମାଧ୍ୟମରେ ଉଦବୋଧନ ଦେଇଥିଲେ । ଏହି ମଞ୍ଚରେ ପାଠରେ ଓ କ୍ରୀଡ଼ା ରେ କୃତକାର୍ଯ୍ୟ ହାସଲ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ହୋଇଥିଲା । ପୁରସ୍କାର ବିତରଣ ମଧ୍ୟରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଗୀତ ନାଟ୍ୟ ମାନ ଆୟୋଜନ ହୋଇଥିଲା । ଏହି ମଞ୍ଚରେ ବାଲ୍ୟ ବିବାହ ବିରୋଧରେ ଏକ ସୁନ୍ଦର ନାଟକ ଟିଏ ମଧ୍ୟ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ପ୍ରସାସନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହାୟତାରେ ଏହି ଉତ୍ସବଟି ସାଫଲ୍ୟମଣ୍ଡିତ ହୋଇଥିଲା ।

Popular Articles