୭ ଦଫା ଦାବିନେଇ ଶ୍ରୀଗଣେଶ ଚାଷୀ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

0
95
୭ ଦଫା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୦୨) : ୭ ଦଫା ଦାବିନେଇ ଶ୍ରୀଗଣେଶ ଚାଷୀ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ । ହୀରାକୁଦ ଜଳସେଚିତ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ଚାଷୀମାନେ ତାଙ୍କର ହକ ଦାବୀ ପ୍ରତି ପ୍ରଶାସନିକ ସ୍ତର ଅଣଦେଖା କରୁଥିବାବେଳେ ଚାଷ ଓ ଚାଷୀ ସମସ୍ୟା ଏଠାରେ ଲାଗି ରହୁଛି ।WhatsApp Image 2023 02 16 at 09.41.33 1 ୭ ଦଫା ଦାବିନେଇ ଶ୍ରୀଗଣେଶ ଚାଷୀ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଏହାର ସମାଧାନ ପାଇଁ ଆଜି ଶ୍ରୀଗଣେଶ କୃଷକ ସଂଘର ସଭାପତି ଅଜିତ କୁମାର ପଣ୍ଡାଙ୍କ ନେତୃତ୍ୱରେ ସଂଘର ସମ୍ପାଦକ ଆଶିଷ କୁମାର ମଲ୍ଲିକ, ଆବାହକ ଦେବାଶିଷ ଦାଶ, ଅଞ୍ଚଳର ଜଣାଶୁଣା ଚାଷୀ ସଚ୍ଚିଦାନନ୍ଦ ପଧାନ,ପ୍ରମୋଦ ପଣ୍ଡା, ରମେଶ ଦାଶ, ପ୍ରଦୀପ ସେଠୀ, ପଞ୍ଚାନନ ବାବୁ,ନାରାୟଣ ପାଢ଼ୀ, ନବନିର୍ମାଣ କୃଷକ ସଂଘ ଜିଲ୍ଲା ସଭାପତି ବିଶେଶ୍ୱର ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ପୂଜାରୀ, ଗୋବିନ୍ଦ ଦଣ୍ଡସନା, ବରୁଣ ମହାନ୍ତି, ଜିଲ୍ଲା ସଭାପତି ବୈକୁଣ୍ଠନାଥ ଶତପଥୀ, , ଉଲୁଣ୍ଡା ନରେନ୍ଦ୍ର ଆଚାର୍ଯ୍ୟ,ତରଭା ର ମିତ୍ର ବନ୍ତ ମିଶ୍ର, ଅତାବିରା ର ବିରେନ୍ଦ୍ର କର ପ୍ରମୁଖଙ୍କ ସମେତ ବହୁ ଚାଷୀ ତହସିଲ କାର୍ଯ୍ୟାଳୟ କୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।

ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତ ଯେ ମେ ୧୫ ତାରିଖ ସୁଦ୍ଧା କେନାଲ ଯୋଗେ ନିୟମିତ ଭାବରେ ପାଣି ଦେବାକୁ ଦାବି, ନନ୍ଦନମାଲ ଠାରେ ଥିବା ଗୁଣସାଗର କଟାରେ ଏକ ବୃହତ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଯାଇ ଚୌକିଯୋରକୁ ଚିରସ୍ରୋତା କରିବାକୁ ଦାବୀ, ଟାଟା ପାୱାରର ଅନୈତିକ ବିଲ ବୃଦ୍ଧିକୁ ବିରୋଧ କରାଯିବା ସାଂଗକୁ ଉଠା ଜଳସେଚନ ପଏଣ୍ଟ ଗୁଡିକରେ ଥିବା ବକେୟା ବିଲ କୁ ସମ୍ପୁର୍ଣ୍ଣ ଛାଡ କରାଯାଉ ଏବଂ ଫ୍ରି ବିଦ୍ୟୁତ ସେବାର ବ୍ୟବସ୍ଥା, ୟୁରିଆ ସାରର ଦାମ ସରକାରୀ ମୂଲ୍ୟ ଠାରୁ ଅଧିକ ଦାମ ରେ ବିକ୍ରୀ ହେଉଛି ତେଣୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଚାଷୀଙ୍କୁ ସାର ଦିଆଯାଉ, ଚଳିତ ରବି ଋତୁରେ ବିଳମ୍ବିତ ଚାଷ ଯୋଗୁଁ ଧାନ ଅମଳ ଓ ବିକ୍ରି ସମୟରେ ମଣ୍ଡିରେ ଧାନର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉ, ଅନ୍ଧାରୀ ବାଞ୍ଜି ଦିଷ୍ଟ୍ରିବ୍ୟୁଟର ରେ ଅପଚୟ ଜଳରେ ଚାଷ କରୁଥିବା ଚାଷୀଙ୍କ ଧାନକୁ ବିକ୍ରି ବ୍ୟବସ୍ଥା, ବିନିକା ବିଜ୍ଞାପିତ ପରିଷଦ ଅଞ୍ଚଳରେ ଗାଈ ଗୋରୁ ଙ୍କ ଯୋଗୁଁ ନଷ୍ଟ ହେଉଥିବା ଚାଷର ସମାଧାନ ଓ ସ୍ଥାୟୀ ପ୍ରତିକାର କରାଯାଉ ଆଦି ଦାବି ରହିଛି ।