ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବିରେ ବୌଦ୍ଧ ଜିଲ୍ଲା ଭାଜପା ପକ୍ଷରୁ ଗଣ ବିକ୍ଷୋଭ

0
87
ମୁଖ୍ୟମନ୍ତ୍ରୀ ଙ୍କ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ : (୧୫/୦୨) : ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଘେରାଉ ଓ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ ସହିତ ଇସ୍ତଫା ଦାବି କରା ଯାଇଥିଲା । WhatsApp Image 2023 02 15 at 20.45.41 1 ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବିରେ ବୌଦ୍ଧ ଜିଲ୍ଲା ଭାଜପା ପକ୍ଷରୁ ଗଣ ବିକ୍ଷୋଭ

ଏହି ବିକ୍ଷୋଭ ରେ ବୌଦ୍ଧ ଜିଲ୍ଲା ବିଜେପି ର ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ବରିଷ୍ଠ ବିଜେପି ନେତା ତଥା ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ -ସରୋଜ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ -ତ୍ରିପୁରାରୀ ବେହେରା, ମନୋରଞ୍ଜନ ମିଶ୍ର, ସଂଗ୍ରାମ କେଶୋରୀ ବେହେରା, ଙ୍କ ସମେତ ଶହଶହ ବିଜେପି କର୍ମୀ ସାମିଲ ରହି ମୁଖ୍ୟମନ୍ତ୍ରୀ ଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜଗତା, ବରିଷ୍ଠ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ପୋଲିସ ଗୁଳି କରି ହତ୍ୟା ର ଗୁମର ସିବିଆଇ ତଦନ୍ତ, ବିଜେଡି ଶାସନରେ ରାଜ୍ୟ ଅସୁରକ୍ଷିତ ଆଦି ନାରାବାଜି ଦେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ଗଣ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।