ଗୁଣି ସନ୍ଦେହରେ ମାରି ପୋଡିଦେବା ଘଟଣାରେ ୫ଜଣ ଗିରଫ, ବନ୍ଧୁଗାଁ

ରିପୋର୍ଟ: ମୀନ ବେହେରା //
ବନ୍ଧୁଗାଁ ୩/୨/୨୦: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ପେଦାଲଡା ପଞ୍ଚାୟତର ଜାଗୁଗୁଡା ଗ୍ରାମରେ ଜଣକୁ ଗୁଣି ସନ୍ଦେହରେ ଗତ ଜାନୁଆରୀ ୨୯ତାରିଖ ହତ୍ୟା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତିଙ୍କ ପୁଅ ବୁନୁ ହୁଲୁକା (୧୮) ପିତା ମାଙ୍ଗୁଡୁ ହୁଲୁକା ଗ୍ରାମ କେ. ଗୁଲୁମିଗୁଡା ବନ୍ଧୁଗାଁ ଥାନାରେ କେସ ରୁଜୁ କରିଛନ୍ତି |

ତାଙ୍କ ଅନୁଯାଇ ତାଙ୍କ ପିତା ଜାଗୁଗୁଡା ଗ୍ରାମରେ ଦ୍ୱିତୀୟ ସ୍ତ୍ରୀ ରଖି ରହି ଆସୁଥିଲେ । କିନ୍ତୁ ସେ ୨ଟି ସ୍ତ୍ରୀଙ୍କ ପାଖକୁ ଯିବାଆସିବା କରି ଘରର ସମସ୍ତ କାର୍ଯ୍ୟ ବୁଝୁଥିଲେ । ମୃତ ବ୍ୟକ୍ତି ଗତ ଜାନୁଆରୀ ୨୫ରେ ତାର ପ୍ରଥମ ସ୍ତ୍ରୀ ର କେ ଗୁଲୁମିଗୁଡା ଗ୍ରାମକୁ ଯାଇଥିଲେ ଓ ୨୮ ତାରିଖରେ ଜାଗୁଗୁଡା ଗ୍ରାମକୁ ଫେରି ଆସିଥିଲେ । ସେହି ଗ୍ରାମର ପୁଷିକା ଦାସା (ପୁ) ୪୬ ବହୁତ ଦିନ ଧରି ବେମାରରେ ରହି ଗତ ଜାନୁଆରୀ ୨୯ ତାରିଖରେ ମୃତ୍ୟୁବରଣ କରିଥିଲେ | ଏହି ବ୍ୟକ୍ତିଙ୍କ ମୃତ୍ୟୁ ପରେ ହାରାକା ଦାଣ୍ଡୁ (୨୯) ପି. ହରାକା ସିରା, ନାରୁସୁ ପୁଷିକା(୫୫) ପି ମାଲେୟ ପୁଷିକା, ସମାନା ପୁଷିକା(୩୦)ପି ଡ୍ରାଇ ପୁଷିକା, ପୁଷିକା ଦାଲେୟ ( ୩୦) ପି. ମୁତେଲା ପୁଷିକା ଗୁଣି ସନ୍ଦେହ କରି ମାଙ୍ଗୁଡୁ ହୁଲୁକାଙ୍କୁ ଜୀବନରେ ମାରି ଦେଇଥିଲେ । ସେହି ଦିନ ବେମାରରେ ମରିଥିବା ଲୋକଙ୍କୁ ଗାଁରେ ରଖି ଗୁଣିଆ ସନ୍ଦେହରେ ମାରିଥିବା ଶବକୁ ପ୍ରଥମେ ମଶାଣିରେ ପୋଡି ଦେବା ପରେ ରୋଗରେ ମରିଥିବା ଶବକୁ ନେଇ ନିଆଁରେ ହାତଗୋଡ ବାନ୍ଧି ପୋଡ଼ି ଦେଇଛନ୍ତି ।

ଆଜି ଏସ ଡି ପି ଓ ଶ୍ରୀ ଅଶ୍ୱିନୀ କୁମାର ନାୟକ ଓ ସ୍ଥାନୀୟ ମାଜିଷ୍ଟ୍ରେଟ ତହସିଲଦାର ଶ୍ରୀ ଶୋଭା ଭୂଷଣ ଶବରଙ୍କ ଉପସ୍ଥିତିରେ କୋରାପୁଟର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ପୋଲିସ ଉକ୍ତ ୪ଜଣକୁ ଅଟକ ରଖିଛନ୍ତି । ଥାନା କେସ ନମ୍ବର ୧୨ରେ ୩୦୨, ୨୦୧, ୩୪, ଆଇପିସି ଧାରାରେ କେସ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି କେସରେ ଜାଗୁଗୁଡା ଗ୍ରାମର ଦମଦାର କାଡ୍ର।କ ସମିତି ମେମ୍ବରଙ୍କୁ ମଧ୍ୟ ଗିରଫ କରାଯାଇଛି ।

Comments are closed.