ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା କାର୍ଯ୍ୟକ୍ରମ ବିଷମ କଟକ ଖ୍ରୀଷ୍ଟିଆନ ମେଡିକାଲ ଠାରେ ଶୁଭାରମ୍ଭ

0
140
ବିଜୁ ସ୍ୱାସ୍ଥ୍ୟକଲ୍ୟାଣ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୫/୨) : ରାୟଗଡା ଜିଲ୍ଲା ବିଷମକଟକ ଖ୍ରୀଷ୍ଟିୟାନ ମେଡିକାଲ ଠାରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସୁବିଧା ଆଜି ଶୁଭାରମ୍ଭ ହଇଯାଇଅଛି ।

ଆସନ୍ତା ୧୬ ତାରିଖ ଠାରୁ ଏହି ଯୋଜନା ଏଠାରେ କାର୍ଯ୍ୟକାରୀ କରାଯିବ ବଲି ଜଣାପଡିଛି । ଏଣି କି ଏହି ଯୋଜନା ମାଧ୍ୟମରେ ଜିଲ୍ଲା ତଥା ଜିଲ୍ଲା ବାହାର ର ହଜାର ହଜାର ଗରିବ ଲୋକ ଏହି ଯୋଜନାର ମାଧ୍ୟମରେ ଚିକିତ୍ସା ସୁବିଧା ପାଇପାରିବେ । ପ୍ରତ୍ୟକ ଗରିବ ପରିବାର ପାଇଁ ମାଗଣାରେ ୧୦ ଲକ୍ଷ୍ୟ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ସାହାଯ୍ୟ ରହିଅଛି । ଏହି ମେଡିକାଲ ରାୟଗଡା ଜିଲ୍ଲାର ଏକ ପ୍ରମୁଖ ମେଡିକାଲ ହଇଥିବା ବେଳେ ଲୋକଙ୍କୁ ଉଚିତ ସେବା ଯୋଗେଇ ଦେଇ ଆଶୁଛି । ଆଜିଠାରୁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ସୁବିଧା ଏହି ମେଡିକାଲ ମାଧ୍ୟମରେ ଲୋକଙ୍କୁ କେମିତି ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ ତାହା ଉପରେ ଗୁରୁତ୍ତ୍ଵ ଦିଆଯିବ ବଲି କହିଛନ୍ତି ଡାକ୍ତର ଜନି ।

ଏହି କାର୍ଯ୍ୟକ୍ରମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ ସେମେତ ରାୟଗଡା ସିଡିଏମଓ ଏବଂ ବିଷମକଟକ ଖ୍ରୀଷ୍ଟିୟାନ ମେଡିକାଲର ଡାକ୍ତର ଜନି ଓ ମେଡିକାଲ ସୁପ୍ରିଟେଣ୍ଡେଣ୍ଟ ଡାକ୍ତର ସୁନୀଲ, ବିଷମକଟକ BDO ସଦାଶିବ ନାୟକ, ବିଷମକଟକ ଥାନା ସେକେଣ୍ଡ ଅଫିସର ପିସ୍କା ଓଝା, ବ୍ଲକ ଉପାଧ୍ୟକ୍ଷା ଯଶୋଧା ହୁଇକା, ଉପଉପାଧ୍ୟକ୍ଷ ଦେବୀ ପଟନାୟକ, ବରିଷ୍ଠ ଆଇନ ଯିବି ଦିଲୀପ ପଟନାୟକ ଓ ବିଷମକଟକ ବିଜେଡି ଦଳ ନେତା ନାନୁ ପଣ୍ଡା, ଯୌତି ସହୁ, ବାବୁ ଜେନା, ଡି ଶିବା, ଗଙ୍ଗା ରାଜୁ ହୁ ଇ କା ଏବଂ ବ୍ଲକ ସମସ୍ତ ସରପଞ୍ଚ, ସମିତି ମେମ୍ବର ଓ ମେଡିକାଲ୍ ସ୍ଟାଫ୍ ବୁଦ୍ଧିଜୀବୀ ସମେତ, ବିଜେଡ଼ି କର୍ମୀ ଓ କର୍ମ କର୍ତ୍ତା ସମସ୍ତ ଅଞ୍ଚଳର ଲକେ ଯୋଗ ଦେଇଥିଲେ ।