ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୫/୦୨) : ରାୟଗଡା ଜିଲ୍ଲାର ଗୁଣୁପୁର ବ୍ଲକ ଅଧିନସ୍ତ ପ୍ରଧାନିଗୁଡ଼ା ଗ୍ରାମ ଠାରେ ଆଇ.ଟି.ସି. ମିଶନ ସୁନେହରା କଲ୍ ପ୍ରକଳ୍ପ, ସ୍ଵେଚ୍ଛାସେବୀ ସଂଗଠନ ମାନବ ଅଧିକାରୀ ସେବା ସମିତି (ମାସ୍) ପକ୍ଷରୁ ଡାଲି ଓ ତୈଳବୀଜ ଫସଲ ସମ୍ଭଦ୍ଧିୟ ପ୍ରସାର ଏବଂ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ପ୍ରଧାନିଗୁଡ଼ା ଗ୍ରାମର ମୋଟ ୬୦ରୁ ଅଧିକ ଅଗ୍ରଣୀ ଚାଷୀ ଭାଇ ଓ ଭଉଣୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ତାଲିମ ଶିବିରର ମୂଳ ଉଦ୍ଦେଶ୍ୟ ଡାଲି ଓ ତୈଳବୀଜ ଫସଲରେ କିଭଳି ବୈଜ୍ଞାନିକ ପଦ୍ଧତି କୁ ଅବଲମ୍ବନ କରି ଫସଲ ଉତ୍ପାଦନରେ ଅଭିବୃଦ୍ଧି କରିବେ ଏବଂ ନିଜର ଜୀବିକାକୁ ସ୍ୱାବଲମ୍ବୀ କରିପାରିବେ, ତାହା ନେଇ ତାଲିମ ପ୍ରଦାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ରୂପେ ଗ୍ରାମ କୃଷି ଅଧିକାରୀ, ଗ୍ରାମ ସରପଞ୍ଚ ଯୋଗ ଦେଇ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଆଗାମୀ ଦିନରେ କିପରି ଏହି ଫସଲ ଦ୍ୱାରା ଗ୍ରାମର ସମସ୍ତ ଚାଷୀ ଭାଇ ଓ ଭଉଣୀମାନେ ଲାଭ ପାଇ ପାରିବେ ସେ ନେଇ ମତ ପ୍ରକାଶ ରଖିଥିଲେ । ଏଥିରେ ଗୋଷ୍ଠୀ ସଂଯୋଜକ ଶ୍ରୀ ଦେବେନ୍ଦ୍ର ଗୌଡ଼ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନରେ ସହଯୋଗ କରିଥିଲେ ।