ଡାଲି ଏବଂ ତୈଳବୀଜ ଫସଲ ସମ୍ଭଦ୍ଧିୟ ସଚେତନତା ପ୍ରସାର ଏବଂ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

0
102
ଡାଲି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୫/୦୨) : ରାୟଗଡା ଜିଲ୍ଲାର ଗୁଣୁପୁର ବ୍ଲକ ଅଧିନସ୍ତ ପ୍ରଧାନିଗୁଡ଼ା ଗ୍ରାମ ଠାରେ ଆଇ.ଟି.ସି. ମିଶନ ସୁନେହରା କଲ୍ ପ୍ରକଳ୍ପ, ସ୍ଵେଚ୍ଛାସେବୀ ସଂଗଠନ ମାନବ ଅଧିକାରୀ ସେବା ସମିତି (ମାସ୍) ପକ୍ଷରୁ ଡାଲି ଓ ତୈଳବୀଜ ଫସଲ ସମ୍ଭଦ୍ଧିୟ ପ୍ରସାର ଏବଂ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।WhatsApp Image 2023 02 15 at 11.07.53 ଡାଲି ଏବଂ ତୈଳବୀଜ ଫସଲ ସମ୍ଭଦ୍ଧିୟ ସଚେତନତା ପ୍ରସାର ଏବଂ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମରେ ପ୍ରଧାନିଗୁଡ଼ା ଗ୍ରାମର ମୋଟ ୬୦ରୁ ଅଧିକ ଅଗ୍ରଣୀ ଚାଷୀ ଭାଇ ଓ ଭଉଣୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ତାଲିମ ଶିବିରର ମୂଳ ଉଦ୍ଦେଶ୍ୟ ଡାଲି ଓ ତୈଳବୀଜ ଫସଲରେ କିଭଳି ବୈଜ୍ଞାନିକ ପଦ୍ଧତି କୁ ଅବଲମ୍ବନ କରି ଫସଲ ଉତ୍ପାଦନରେ ଅଭିବୃଦ୍ଧି କରିବେ ଏବଂ ନିଜର ଜୀବିକାକୁ ସ୍ୱାବଲମ୍ବୀ କରିପାରିବେ, ତାହା ନେଇ ତାଲିମ ପ୍ରଦାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ରୂପେ ଗ୍ରାମ କୃଷି ଅଧିକାରୀ, ଗ୍ରାମ ସରପଞ୍ଚ ଯୋଗ ଦେଇ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଆଗାମୀ ଦିନରେ କିପରି ଏହି ଫସଲ ଦ୍ୱାରା ଗ୍ରାମର ସମସ୍ତ ଚାଷୀ ଭାଇ ଓ ଭଉଣୀମାନେ ଲାଭ ପାଇ ପାରିବେ ସେ ନେଇ ମତ ପ୍ରକାଶ ରଖିଥିଲେ । ଏଥିରେ ଗୋଷ୍ଠୀ ସଂଯୋଜକ ଶ୍ରୀ ଦେବେନ୍ଦ୍ର ଗୌଡ଼ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନରେ ସହଯୋଗ କରିଥିଲେ ।