ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ରେ ବ୍ୟକ୍ତିଗତ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

0
210
ସ୍ଵାମୀ ବିବେକାନନ୍ଦ ବିଦ୍ୟା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୫/୦୨) : ରାୟଗଡା ସହର ରିଙ୍ଗ ରୋଡ ସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ରେ “student s personality work shop” ବ୍ୟକ୍ତିଗତ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମକୁ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ସ୍କୁଲ ର ବରିଷ୍ଠ ଗୁରୁଜୀ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ସ୍ଥିତ ସୋମ ରାୟେ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୋମ ରାୟ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ । ଶ୍ରୀଯୁକ୍ତ ରାୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ ବୌଦ୍ଧିକ ବିକାଶ କିପରି ହେବ, କେଉଁଭଳି ଭାବରେ ଶୃଙ୍ଖଳିତ ହେବା, ବିଦ୍ୟାଳୟରେ ପାଠପଢା ସମୟରେ କିପରି ଶୁଣିବା ଏବଂ ତାକୁ ମନନ କରିବା, ଗୁରୁଜନ ମାନଙ୍କୁ କିଭଳି ସମ୍ମାନ କରିବା, ବିଦ୍ୟାର୍ଥୀ ଜୀବନରେ ସହପାଠୀଙ୍କ ସହ ଭଲ ଆଚରଣ ପ୍ରଦର୍ଶନ କରିବା ଏହିଭଳି ବିଭିନ୍ନ ବିଷୟକୁ ଗଳ୍ପ ମାଧ୍ୟମରେ ଏବଂ ମହାପୁରୁଷ ମାନଙ୍କ ଜିବନ ଶୈଳୀ ବିଷୟରେ କହି ଏହାକୁ ଛାତ୍ରଛାତ୍ରୀ ମାନେ ପାଳନ କରିଲେ ନିଜର ଉନ୍ନତି ଦିଗରେ ଆଗକୁ ବଢ଼ିବାରେ ସହାୟକ ହେବା ସହ ସମାଜ ପାଇଁ ମଙ୍ଗଳ ହେବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଗୁରୁଜୀ କମଳାକାନ୍ତ ଦାଶ, ଗୁରୁମା ତ୍ରିବେଣୀ ମିଶ୍ର ମଞ୍ଚାସିନ ଥିବାବେଳେ, କାର୍ଯ୍ୟକ୍ରମକୁ ଗୁରୁଜୀ ଦିଲ୍ଲୀପ ପ୍ରଧାନ, ହୁର୍ଷିକେଶ ପାତ୍ର ଏବଂ ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ । ଶେଷରେ ଗୁରୁମା ତ୍ରିବେଣୀ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।