ପାପକ୍ଷୟଂ ଲୋକମହୋତ୍ସବ ଉଦଘାଟିତ, ବିନିକା

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା(୦୧/୦୨): ବିନିକା ପାପକ୍ଷୟ ଲୋକମହୋସବ ଆଜି ସଂଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ନିଗମ ଅଦ୍ଧକ୍ଷ୍ୟା ଶ୍ରୀମୟୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।

ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷ୍ୟକ ଦେବୀପ୍ରସାଦ ଦାଶ ଓ ସଲବୁଢା ଓ ଅଦିମବିଚାରର ନାୟକ ଅଟଲ ବିହାରୀ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଶେଖର ଶର୍ମା, ଶାଶ୍ୱତ ତ୍ରିପାଠୀ ଉପସ୍ଥିତ ଥିଲେ ।ଏଥିରେ କମିଟୀର ସଭାପତି ଜୟମଙ୍ଗଳ ବିଶି ସଭାପତିତ୍ୱ କରିଥିବା ବେଳେ ସଂଯୋଜନା କରିଥିଲେ ହିମାଂଶୁ ଭୁଶନ ପଣ୍ଡା ।

Comments are closed.