ଯୁବକ ଯୁବତୀ ମାନଙ୍କ ଆତ୍ମ ନିର୍ଭରଶୀଳ ନିମନ୍ତେ କର୍ମନିଯୁକ୍ତି ତଥା ପରାମର୍ଶ ଶିବିର

0
95
ଯୁବକ ଯୁବତୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୩/୦୨) : ଓଡିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦ୍ଵାରା ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲାର ସମସ୍ତ ବ୍ଲକ୍ ରେ ଯୁବକ ଯୁବତୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ରୋଜଗାର ଯୋଗାଇ ଦେବା ପାଇଁ କର୍ମନିଯୁକ୍ତି ତଥା ପରାମର୍ଶ ଶିବିର ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏଥିରେ ପଲିଟେକନିକ୍ ସୁବର୍ଣ୍ଣପୁର, ଜିଲ୍ଲାର ସମସ୍ତ ସରକାରୀ ତାଲିମ ସଂସ୍ଥା ଏବଂ ବିଭିନ୍ନ ତାଲିମ ପ୍ରଦାନ କାରି ସଂସ୍ଥା ମାନଙ୍କର ଅଧିକାରୀମାନେ ଯୋଗଦାନ କରି ଯୁବା ବର୍ଗଙ୍କୁ ସ୍ଵଳ୍ପ ଅବଧି ତାଲିମ ସହିତ ବିଭିନ୍ନ ନିଯୁକ୍ତି ଭିତ୍ତିକ ପରାମର୍ଶ ଦେବେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକରେ ୧୭ ତାରିଖ, ତରଭା ରେ ୨୦, ବିନିକା ରେ ୨୧, ଉଲୁଣ୍ଡା ରେ ୨୨, ବୀରମହାରାଜପୁର ରେ ୨୩ ଏବଂସୋନପୁର ବ୍ଲକ୍ ରେ ୨୪ ତାରିଖ ଦିନ ୧୦.୩୦ ରୁ ୩ .୦୦ଘଣ୍ଟା ମଧ୍ୟରେ ଏହି ଶିବିର ସବୁ ଅୟୋଜିତ ହେବ । କର୍ମ ଅନ୍ୱେଷଣ ରେ ଥିବା ଯୁବକ ଯୁବତୀ ମାନେ ନିଜର ଶିକ୍ଷାଗତ ଯୋଗ୍ୟତା ର ପ୍ରମାଣପତ୍ର, ଆଧାର କାର୍ଡ ଏବଂ ପାସପୋର୍ଟ ଫଟୋ ନେଇ ନିର୍ଦ୍ଦିଷ୍ଟ ତାରିଖ ରେ ନିଜର ସମ୍ପୃକ୍ତ ବ୍ଲକ ପରିସରରେ ଆୟୋଜିତ ଶିବିରରେ ନାମ ପଞ୍ଜିକରଣ ପୂର୍ବକ ଯୋଗଦାନ କରି ଏହାର ସୁଯୋଗ ନେବା ପାଇଁ ଜିଲ୍ଲା ନିୟୋଜନ ଅଧିକାରୀ ଙ୍କ ଦ୍ୱାରା ସୂଚନା ପ୍ରଦାନ କରାଯାଇଛି ।